କନକ ବ୍ୟୁରୋ : ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସୁପ୍ରିମକୋର୍ଟରେ ବଡ଼ ଶୁଣାଣି । ସେପ୍ଟେମ୍ବର ୧୪ ତାରିଖରେ ଦୁବାଇରେ ହେବାକୁ ଥିବା ମ୍ୟାଚ୍ ବାତିଲ କରିବା ପାଇଁ ରୁଜୁ ହୋଇଥିବା ମାମଲାର ଶୁଣାଣି ପାଇଁ ମନା କଲେ ସର୍ବୋଚ୍ଚ ଅଦାଲତ । ଜଷ୍ଟିସ୍ ଜେ.କେ. ମହେଶ୍ୱରୀ ଓ ଜଷ୍ଟିସ ବିଜୟ ବିଷ୍ଣୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଏହା କେବଳ ଏକ ମ୍ୟାଚ୍, ଏହାକୁ ହେବାକୁ ଦିଅନ୍ତୁ । ପିଟିସନରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ଅପରେସନ୍ ସିନ୍ଦୂର ପରେ ଏହି ମ୍ୟାଚ୍ ଜାତୀୟ ଗୌରବ ଓ ଜନସାଧାରଣଙ୍କ ମନୋଭାବକୁ ଅପମାନ କରୁଥିବା ଯୁକ୍ତି ଦର୍ଶାଯାଇଥିଲା, କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଜରୁରୀ ନୁହେଁ ବୋଲି କହି ଶୁଣାଣି କରିବାକୁ ମନା କରିଛନ୍ତି । ଏପ୍ରିଲ୍ ମାସରେ ପହଲଗାମରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କୀ ହମଲାରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା । ଯାହା ପରେ ଦୁଇ ଦେଶ ମଧ୍ୟରେ ସାମରିକ ସଂଘର୍ଷ ହୋଇଥିଲା ।
ତେବେ ବିସିସିଆଇ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ବହୁପାକ୍ଷିକ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ସହ ଖେଳିବ । କିନ୍ତୁ ଦ୍ୱିପାକ୍ଷିକ ମ୍ୟାଚ୍ ଖେଳ ନିଷେଧ ରହିଛି । ଏସିଆ କପ୍ରେ ଭାରତ ଓ ପାକିସ୍ତାନ ଗ୍ରୁପ୍-ଏରେ ରହିଛନ୍ତି, ସେପ୍ଟେମ୍ବର ୨୧ ଓ ୨୮ରେ ଆଉ ଦୁଇଥର ମୁହାଁମୁହିଁ ହେବାର ସମ୍ଭାବନା ରହିଛି ।
ଭାରତ-ପାକ୍ ମ୍ୟାଚ୍ ନେଇ ‘ସୁପ୍ରିମ୍’ ଶୁଣାଣି
ମ୍ୟାଚ୍ ବାତିଲ ପାଇଁ ରୁଜୁ ହୋଇଥିଲା ମାମଲା
ଶୁଣାଣି ପାଇଁ ମନା କଲେ ସର୍ବୋଚ୍ଚ ଅଦାଲତ
କହିଲେ- ଏହା କେବଳ ଏକ ମ୍ୟାଚ୍, ଏହାକୁ ହେବାକୁ ଦିଅନ୍ତୁ
ପହଲଗାମ୍ ଆକ୍ରମଣ ପରେ ମ୍ୟାଚ୍ ପାଇଁ କରାଯାଇଥିଲା ଆପତ୍ତି
ମ୍ୟାଚ୍ ଜାତୀୟ ଗୌରବକୁ ଅପମାନ କରୁଥିବା ଯୁକ୍ତି ଦର୍ଶାଯାଇଥିଲା
ସୁପ୍ରିମକୋର୍ଟ ଏହାକୁ ଜରୁରୀ ନୁହେଁ ବୋଲି କହିଛନ୍ତି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/09/11/17-2025-09-11-14-25-56.jpg)