ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ପ୍ରସଙ୍ଗ,  ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ରିମାଣ୍ଡ ଆବେଦନ ଉପରେ ଆଜି  ଶୁଣାଣି

Advertisment

ଅଧିକ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ । ଖୋଜାଚାଲିଛି ୧୦୦୦ କୋଟି କେଳେଙ୍କାରୀ ପଛରେ କିଏ?

ଅଧିକ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ । ଖୋଜାଚାଲିଛି ୧୦୦୦ କୋଟି କେଳେଙ୍କାରୀ ପଛରେ କିଏ?

SI exam scam

SI exam scam Photograph: (KanakNews)

କନକ ବ୍ୟୁରୋ; ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ପ୍ରସଙ୍ଗ, ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ରିମାଣ୍ଡ ଆବେଦନ ଉପରେ ଆଜି ହେବ ଶୁଣାଣି । ଦୁଇ ଅଭିଯୁକ୍ତଙ୍କୁ ହେପାଜତକୁ ଆଣି ଅଧିକ ଖୋଳତାଡ଼ ପାଇଁ ୭ ଦିନିଆ ରିମାଣ୍ଡ ଆବେଦନ କରିଛି କ୍ରାଇମବ୍ରାଞ୍ଚ । ସୋମବାର କ୍ରାଇମବ୍ରାଞ୍ଚ ସିଲିକନ୍ ଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ସୁରେଶ ନାୟକକୁ ଗିରଫ କରିଥିଲା । ନୂଆଦିଲ୍ଲୀର କାଲକାଜିରେ ଥିବା ସିଲିକନ୍‌ର ଏକ ଗେଷ୍ଟ ହାଉସ୍‌ରେ ସେ ପଞ୍ଚସଫ୍ଟର ନିର୍ଦ୍ଦେଶକ ଶଙ୍କର ପୃଷ୍ଟିକୁ ଲୁଚାଇ ରଖିଥିଲା। ସୁରେଶକୁ ଆଇଟିଆଇ ପକ୍ଷରୁ ପୁଲିସ ଏସ୍‌ଆଇ ପରୀକ୍ଷା ପ୍ରଶ୍ନପତ୍ର ଦାୟିତ୍ବ ହସ୍ତାନ୍ତର କରାଯାଇଥିବା ବେଳେ ସେ ବେଆଇନ ଭାବେ ଏହି ଟେଣ୍ଡରକୁ ପଞ୍ଚସଫ୍ଟକୁ ହସ୍ତାନ୍ତର କରିଥିଲା । ଉଭୟ ଅଭିଯୁକ୍ତଙ୍କୁ ବାନ୍ଧିବା ପରେ କ୍ରାଇମବ୍ରାଞ୍ଚ ସୋମବାର ବ୍ରହ୍ମପୁର ଜେଏମ୍‌ଏଫ୍‌ସି କୋର୍ଟରେ ଶଙ୍କର ଓ ସୁରେଶକୁ ହାଜର କରିଥିଲା ।

ବାରମ୍ବାର ସ୍ଥାନ ବଦଳାଉଥିଲା ଶଙ୍କର, ନେପାଳ ସୀମାରୁ ଧରିଲା କ୍ରାଇମବ୍ରାଞ୍ଚ

ପରେ ଉଭୟଙ୍କୁ ବ୍ରହ୍ମପୁର ସର୍କଲ ଜେଲ୍‌କୁ ପଠାଇ ଦିଆଯାଇଛି । ତେବେ ଶଙ୍କର ଓ ଖାସ୍ ସହଯୋଗୀ ଅରବିନ୍ଦ ଦାସକୁ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଛି। ଏସ୍‌ଆଇ ପରୀକ୍ଷା ପାଇଁ ଓଡ଼ିଶା ପୁଲିସ ଏବଂ ଆଇଟିଆଇ ଲିମିଟେଡ୍ ମଧ୍ୟରେ ମୂଳ ଟେଣ୍ଡର ଓ ଚୁକ୍ତିନାମାରେ ପ୍ରଶ୍ନପତ୍ର ଫ୍ରେମିଂ, ମୁଦ୍ରଣ ଏବଂ ସମ୍ବନ୍ଧିତ କାର୍ଯ୍ୟଗୁଡ଼ିକ ଆଇଟିଆଇ ଲିମିଟେଡ୍ ଉପରେ ନ୍ୟସ୍ତ କରାଯାଇଥିଲା। ଆଇଟିଆଇ ଏହି କାର୍ଯ୍ୟର କୌଣସି ଅଂଶକୁ ସିଲିକନ୍ ଟେକ୍ ପ୍ରାଇଭେଟ୍ ଲିମିଟେଡ୍‌କୁ ଆଉଟସୋର୍ସ କରିବାକୁ ଯୋଜନା କରିଥିଲା। ସିଲିକନ୍ ସମସ୍ତ କାର୍ଯ୍ୟ କରିବା ସମ୍ଭବପର ନହେବାରୁ ଆଇଟିଆଇ ପୁଲିସ ମୁଖ୍ୟାଳୟର ଅନୁମତି ଲୋଡ଼ିଥିଲା ।

ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା,  ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ

ତୃତୀୟ ପକ୍ଷ ଭାବେ ସିଲିକନ୍‌କୁ ଏହି କାମ ମିଳିବା ପରେ ସେ ଏହି ଟେଣ୍ଡର ଆଉ କାହାକୁ ଦେଇପାରିବ ନାହିଁ ବୋଲି ସର୍ତ୍ତାବଳୀରେ ଉଲ୍ଲେଖ ଥିଲା ।କିନ୍ତୁ ସିଲିକନ୍ ଗୋପନୀୟ ଭାବେ ଏହି ଟେଣ୍ଡରର କିଛି ଅଂଶ ପଞ୍ଚସଫ୍ଟ ଟେକ୍ନୋଲଜି ପ୍ରାଇଭେଟ୍ ଲିମିଟେଡକୁ ହସ୍ତାନ୍ତର କରିଥିଲା । ଏସବୁ ଉପରେ ଅଧିକ ତଥ୍ୟ ହାସଲ କରିବାକୁ କସରତ କରୁଛି କ୍ରାଇମବ୍ରାଞ୍ଚ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe