କନକ ବ୍ୟୁରୋ : ସୁପ୍ରିମକୋର୍ଟ ପୂଜା ସ୍ଥଳ ନିୟମକୁ ନେଇ ଆଜି ଶୁଣାଣି କରିଛନ୍ତି । ପୂଜାସ୍ଥଳ ଅଧିନିୟମ ୧୯୯୧ ବିରୋଧରେ ହୋଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ନୋଟିସ ଜାରି କରିଛନ୍ତି । ଶୁଣାଣି ବେଳେ ମୁଖ୍ୟ ବିଚାରପତି ଜଷ୍ଟିସ ଡି,ୱାଇ ଚନ୍ଦ୍ରଚୂଡ କହିଛନ୍ତି ଏହି ମାମଲାର ଆଗାମୀ ଶୁଣାଣି ପର୍ଯ୍ୟନ୍ତ ମନ୍ଦିର-ମସଜିଦ୍ ସହ ଜଡିତ କୌଣସି ନୂଆ ମାମଲା ଗ୍ରହଣ କରାଯିବ ନାହିଁ । 

Advertisment

ମୁଖ୍ୟ ବିଚାରପତି ସ୍ପଷ୍ଟ କରିଛନ୍ତି କି, ଆଗାମୀ ଶୁଣାଣି ପର୍ଯ୍ୟନ୍ତ କୌଣସି ନୂଆ ଆବେଦନ ଗ୍ରହଣ କରାଯିବ ନାହିଁ । ଏହାସହ ଉଭୟ ପକ୍ଷଙ୍କୁ ନିଜ ନିଜର ଯୁକ୍ତି ପ୍ରସ୍ତୁତ ରଖିବାକୁ ବିଚାରପତି କହିବା ବେଳେ କହିଛନ୍ତି କି, ଏଭଳି କଲେ ଏହି ମାମଲାର ରାୟ ଖୁବଶୀଘ୍ର ଶୁଣାଇଦିଆଯିବ । 

ପୂଜାସ୍ଥଳ ଅଧିନିୟମ ୧୯୯୧ ମୁତାବକ ଧାର୍ମିକସ୍ଥଳର ସ୍ଥିତିକୁ ୧୫ ଅଗଷ୍ଟ ୧୯୪୭ ଆଧାରରେ ସଂରକ୍ଷିତ କରିଥାଏ  ଓ ଏହାର ପରିବର୍ତ୍ତନ ଉପରେ ପ୍ରତିବନ୍ଧକ ଲଗାଇଥାଏ । ହେଲେ ଏହି ଅଧିନିୟମକୁ ଅଯୋଧ୍ୟାରେ ବାବର ମସଜିଦ୍ ଓ ରାମମନ୍ଦିର ମାମଲାରୁ ଦୂରେଇ ରଖାଯାଇଥିଲା ।