କନକ ବ୍ୟୁରୋ : ମହିଳାଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଜରିଆରେ ମହିଳାଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରାଯାଇଛି । ମାଗଣାରେ ହେବ ସ୍ବାସ୍ଥ୍ୟ ପରୀକ୍ଷା, ମାଗଣାରେ ମିଳିବ ଔଷଧ । ଜନ୍ମଦିନରେ ମଧ୍ୟପ୍ରଦେଶରୁ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅଭିଯାନ ଦେଶର ମହିଳା ସ୍ବାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବ । ସରକାରଙ୍କ ପକ୍ଷରୁ ଲକ୍ଷାଧିକ ସ୍ବାସ୍ଥ୍ୟ କ୍ୟାମ୍ପ୍ ଜରିଆରେ ମହିଳାଙ୍କର ୬ ପ୍ରକାର ରୋଗର ସ୍କ୍ରିନିଂ କରାଯିବ । ଜରାୟୁ, ସ୍ତନ, ମୁଖ ଗହ୍ବର କର୍କଟ, ମାତୃ ସ୍ବାସ୍ଥ୍ୟ, ଋତୁସ୍ରାବ ସମସ୍ୟା, ଟିବି ଯାଞ୍ଚ, ରକ୍ତଚାପ, ମଧୁମେହ, ରକ୍ତହୀନତାର ସ୍କ୍ରିନିଂ କରାଯିବ । ଶିଶୁ ଓ ମାତୃ ମୃତ୍ୟୁହାର କମାଇବାକୁ ଏହି ପ୍ରକ୍ରିୟାରେ ସାମିଲ ହେବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ।
ରାଜ୍ୟସ୍ତରରେ ଆରମ୍ଭ ହୋଇଥିବା ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଓଡ଼ିଶାର ୧ କୋଟି ୫୦ ଲକ୍ଷରୁ ଅଧିକ ମହିଳା ଓ ବାଳିକା ଏଥିରେ ସାମିଲ ହେବେ । ମହିଳାଙ୍କ ସ୍ବାସ୍ଥ୍ୟର ଯାଞ୍ଚ ସହ ମାଗଣା ଚିକିତ୍ସା ଓ ଔଷଧ ପ୍ରଦାନ କରିବେ ସରକାର । ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ୨୨ଟି ସ୍କ୍ରିନିଂ କ୍ୟାମ୍ପ୍ ସହ ରାଜ୍ୟର ୯୬୩ଟି ସ୍ଥାନରେ କ୍ୟାମ୍ପ୍ ଖୋଲିଛି । ୨ ଅକ୍ଟୋବର ସୁଦ୍ଧା ୪୦ ହଜାର ସାଧାରଣ ସ୍ବାସ୍ଥ୍ୟ କ୍ୟାମ୍ପ୍ ଓ ୫ ହଜାର ୪୭ଟି ସ୍ବତନ୍ତ୍ର କ୍ୟାମ୍ପ୍ ଖୋଲିବ । ସ୍କ୍ରିନିଂ ପରେ ମହିଳାଙ୍କ ରୋଗର ଡାଟାବେସ୍ ରଖିବେ ସରକାର । ଯେଉଁମାନଙ୍କୁ ପରେ ସହଜରେ ଟ୍ରାକ୍ କରାଯାଇ ପାରିବ । ରାଜ୍ୟର ସବୁ ମହିଳା ଓ ବାଳିକା ଏହି ଅଭିଯାନରେ ଯେପରି ସାମିଲ ହେବେ ତାହାର ଦାୟିତ୍ବ ନେଇଛନ୍ତି ନିଜେ ସ୍ବାସ୍ଥ୍ୟମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/09/17/women-2025-09-17-20-38-50.jpg)