ରବି କିଶନ୍ କହିଲେ , ସୁସ୍ଥ ମଣିଷକୁ ବି ତଳେ ପଡ଼ି ସଙ୍ଗେ ସଙ୍ଗେ ମରିବା ଦେଖିଛି .. ଧନଖଡ ସାରଙ୍କୁ ଡାକ୍ତର କହିଛନ୍ତି U Need To Rest

ସଂସଦ ପରିସରରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ‘ବିରୋଧୀଙ୍କ କାମ ହେଉଛି କହିବା ,କାହାର ସ୍ବାସ୍ଥ୍ୟ ଉପରେ ଉପହାସ କରି ଟିପ୍ପଣୀ ଦେବାକୁ ମଧ୍ୟ ଏମାନଙ୍କୁ ସଙ୍କୋଚ ଲାଗୁନାହିଁ । ସ୍ବାସ୍ଥ୍ୟକୁ ନେଇ ମଧ୍ୟ ଏମାନେ ରାଜନୀତି କରୁଛନ୍ତି ।

RAVI

RAVI Photograph: (KanakNews)

କନକ ବ୍ୟୁରୋ : ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଇସ୍ତଫାର ଚର୍ଚ୍ଚା ଚାରିଆଡ଼େ ହେଉଛି । ଉପରାଷ୍ଟ୍ରପତିଙ୍କ ଇସ୍ତଫାର କାରଣ ସ୍ବାସ୍ଥ୍ୟ ସମସ୍ୟା ବୋଲି ବିରୋଧୀ ଗ୍ରହଣ କରିବାକୁ ରାଜି ନୁହନ୍ତି । ବିରୋଧୀରେ ଥିବା ଅନେକ ସାଂସଦ ଧନଖଡଙ୍କ ଇସ୍ତଫାକୁ ରାଜନୈତିକ ଖେଳ ବୋଲି କହୁଛନ୍ତି । ତେବେ ବିରୋଧୀଙ୍କ ଦ୍ବାରା ଉଠାଯାଉଥିବା ପ୍ରଶ୍ନ ଉପରେ ବିଜେପିର ଗୋରଖପୁର ସାଂସଦ ରବି କିଶନ ରାଜନୀତି ସହ ପ୍ରେରିତ ବୋଲି କହୁଛନ୍ତି । ସଂସଦ ପରିସରରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ‘ବିରୋଧୀଙ୍କ କାମ ହେଉଛି କହିବା ,କାହାର ସ୍ବାସ୍ଥ୍ୟ ଉପରେ ଉପହାସ କରି ଟିପ୍ପଣୀ ଦେବାକୁ ମଧ୍ୟ ଏମାନଙ୍କୁ ସଙ୍କୋଚ ଲାଗୁନାହିଁ । ସ୍ବାସ୍ଥ୍ୟକୁ ନେଇ ମଧ୍ୟ ଏମାନେ ରାଜନୀତି କରୁଛନ୍ତି । ମଣିଷ ଜୀବନ ପାଇଛେ , ମୁଁ ଏମିତି ବି ସ୍ବାସ୍ଥ୍ୟକର ଲୋକଙ୍କୁ ଦେଖିଛି ଯେଉଁମାନେ ଛିଡ଼ା ହୋଇ ପଡ଼ିଯାଆନ୍ତି ଏବଂ ତାଙ୍କର ମୃତ୍ୟୁ ହୋଇଯାଏ । କେତେବେଳେ ଶରୀରରେ ଘର କରିଦେବ ରୋଗ ଏବଂ କେତେବେଳେ ଚାଲିଯିବା ଠିକ୍ ଠିକଣା ନାହିଁ ।’ 

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରବି କିଶନ୍ କହିଛନ୍ତି ଯେ ‘ଧନଖଡ ସାରଙ୍କ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ କହିଛନ୍ତି , ଯଦି କିଏ ବିଶ୍ରାମ କରିବାକୁ ଚାହୁଛନ୍ତି , ସେ ଉପରେ ବି ରାଜନୀତି ବାଃ .. ଏହିଥିରୁ ଜଣାପଡୁଛି ବିରୋଧୀଙ୍କ ମାନସିକତାର ସ୍ତର କେଉଁଠି ପହଞ୍ଚିଲାଣି, ରାଜନୀତିର ସ୍ତର ଦିନକୁ ଦିନ ତଳକୁ ଖସିବାରେ ଲାଗିଛି ।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe