କନକ ବ୍ୟୁରୋ : ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଇସ୍ତଫାର ଚର୍ଚ୍ଚା ଚାରିଆଡ଼େ ହେଉଛି । ଉପରାଷ୍ଟ୍ରପତିଙ୍କ ଇସ୍ତଫାର କାରଣ ସ୍ବାସ୍ଥ୍ୟ ସମସ୍ୟା ବୋଲି ବିରୋଧୀ ଗ୍ରହଣ କରିବାକୁ ରାଜି ନୁହନ୍ତି । ବିରୋଧୀରେ ଥିବା ଅନେକ ସାଂସଦ ଧନଖଡଙ୍କ ଇସ୍ତଫାକୁ ରାଜନୈତିକ ଖେଳ ବୋଲି କହୁଛନ୍ତି । ତେବେ ବିରୋଧୀଙ୍କ ଦ୍ବାରା ଉଠାଯାଉଥିବା ପ୍ରଶ୍ନ ଉପରେ ବିଜେପିର ଗୋରଖପୁର ସାଂସଦ ରବି କିଶନ ରାଜନୀତି ସହ ପ୍ରେରିତ ବୋଲି କହୁଛନ୍ତି । ସଂସଦ ପରିସରରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ‘ବିରୋଧୀଙ୍କ କାମ ହେଉଛି କହିବା ,କାହାର ସ୍ବାସ୍ଥ୍ୟ ଉପରେ ଉପହାସ କରି ଟିପ୍ପଣୀ ଦେବାକୁ ମଧ୍ୟ ଏମାନଙ୍କୁ ସଙ୍କୋଚ ଲାଗୁନାହିଁ । ସ୍ବାସ୍ଥ୍ୟକୁ ନେଇ ମଧ୍ୟ ଏମାନେ ରାଜନୀତି କରୁଛନ୍ତି । ମଣିଷ ଜୀବନ ପାଇଛେ , ମୁଁ ଏମିତି ବି ସ୍ବାସ୍ଥ୍ୟକର ଲୋକଙ୍କୁ ଦେଖିଛି ଯେଉଁମାନେ ଛିଡ଼ା ହୋଇ ପଡ଼ିଯାଆନ୍ତି ଏବଂ ତାଙ୍କର ମୃତ୍ୟୁ ହୋଇଯାଏ । କେତେବେଳେ ଶରୀରରେ ଘର କରିଦେବ ରୋଗ ଏବଂ କେତେବେଳେ ଚାଲିଯିବା ଠିକ୍ ଠିକଣା ନାହିଁ ।’
#WATCH | Delhi | On the resignation of Vice President Jagdeep Dhankhar, BJP MP Ravi Kishan says, "...The opposition is making fun of someone's health condition and doing politics on it...The level of politics is falling..." pic.twitter.com/BuK2ruA0LH
— ANI (@ANI) July 22, 2025
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରବି କିଶନ୍ କହିଛନ୍ତି ଯେ ‘ଧନଖଡ ସାରଙ୍କ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ କହିଛନ୍ତି , ଯଦି କିଏ ବିଶ୍ରାମ କରିବାକୁ ଚାହୁଛନ୍ତି , ସେ ଉପରେ ବି ରାଜନୀତି ବାଃ .. ଏହିଥିରୁ ଜଣାପଡୁଛି ବିରୋଧୀଙ୍କ ମାନସିକତାର ସ୍ତର କେଉଁଠି ପହଞ୍ଚିଲାଣି, ରାଜନୀତିର ସ୍ତର ଦିନକୁ ଦିନ ତଳକୁ ଖସିବାରେ ଲାଗିଛି ।’