କନକ ବ୍ୟୁରୋ: ଭାରତୀୟ ଖାଦ୍ୟ ଖାଇ ବିଗିଡ଼ିଲା ଅଷ୍ଟ୍ରେଲିଆ ଖେଳାଳିଙ୍କ ସ୍ବାସ୍ଥ୍ୟ । ବିସିସିଆଇ ମାଗିଲା କ୍ଷମା । ଘଟଣା ଘଟିଛି ଉତ୍ତର ପ୍ରଦେଶ କାନପୁରରେ । ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଭାରତ 'ଏ' ଓ ଅଷ୍ଟ୍ରେଲିଆ 'ଏ' ଦିନିକିଆ ସିରିଜ୍ ଜାରି ରହିଛି । ଏହାରି ମଧ୍ୟରେ ଅଷ୍ଟ୍ରେଲିଆ 'ଏ' ଦଳର ଚାରିଜଣ ଖେଳାଳିଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଇଛି । ହୋଟେଲରେ ଖାଦ୍ୟ ଖାଇବା ପରେ ସ୍ବାସ୍ଥ୍ୟ ବିଗିଡ଼ିଥିବା ଜଣାପଡ଼ିଛି । ବୋଲର୍ ହେନରି ଥର୍ଣ୍ଟନଙ୍କ ସମେତ ୩ ଜଣ ଖେଳାଳିଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି, ଖାଦ୍ୟରେ କୌଣସି ବିଷକ୍ରିୟା ହୋଇନାହିଁ । ଅଞ୍ଚଳରେ କୌଣସି ସଂକ୍ରମଣ ଦ୍ବାରା ହୋଇଥାଇପାରେ ବୋଲି ରାଜୀବ ଶୁକ୍ଲା କହିଛନ୍ତି । ଖାଦ୍ୟରେ ବିଷ ଥିଲେ ଉଭୟ ଭାରତୀୟ ଓ ଅଷ୍ଟ୍ରେଲିଆ ଖେଳାଳି ଅସୁସ୍ଥ ହୋଇଥାନ୍ତେ ବୋଲି ବିସିସିଆଇ ସଫେଇ ଦେଇଛି । ତେବେ ଉତ୍ତର ପ୍ରଦେଶ ସରକାର ଖାଦ୍ୟ ନମୁନା ପରୀକ୍ଷା କରିଛନ୍ତି । ଅଷ୍ଟ୍ରେଲିଆ ଖେଳାଳିଙ୍କୁ ବିସିସିଆଇ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବ । ବର୍ତ୍ତମାନ ପର୍ଯ୍ୟନ୍ତ ସିରିଜ ୧-୧ରେ ସମାନ ଥିବା ବେଳେ ଶେଷ ମ୍ୟାଚ୍ ଆଜି ଖେଳାଯାଉଛି ।
ଖାଇଲେ ଭାରତୀୟ ଖାଦ୍ୟ, ବିଗିଡ଼ିଲା ସ୍ବାସ୍ଥ୍ୟ
ହୋଟେଲରେ ଖାଇବା ପରେ ଅଷ୍ଟ୍ରେଲିଆ ଖେଳାଳି ଅସୁସ୍ଥ
ବୋଲର୍ଙ୍କ ସମେତ ୩ ଅସୁସ୍ଥ
ଖେଳାଳିମାନେ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି
ସଂକ୍ରମଣ ପାଇଁ ଏପରି ଅବସ୍ଥା: ବିସିସିଆଇ
ଖାଦ୍ୟରେ ନାହିଁ ବିଷ: ବିସିସିଆଇ