ଶୀତଦିନରେ ବଜାରରେ ବିଭିନ୍ନ କିସମର ଫଳର ଚାହିଦା ବଢ଼େ । ଯାହାକୁ ସିଜନାଲ୍ ଫ୍ରୁଟ୍ କୁହାଯାଏ । ବର୍ଷସାରା ଶୀତଳ ଭଣ୍ଡାରରେ ଫଳ ରହୁଥିଲେ ହେଁ ଶୀତରେ ତଟକା ମିଠା ଫଳ ଖାଇବାର ମଜା ହିଁ କିଛି ଅଲଗା । ଯେଉଁଥିରେ ସେଓ,କମଳା,ସାକରକନ୍ଦା,ଅଙ୍ଗୁର , ବିଭିନ୍ନ ପ୍ରକାର କୋଳୀ ମଧ୍ୟ ସାମିଲ୍ ଥାଏ । କିନ୍ତୁ ଏହି ସମୟରେ ପାଣି ସିଙ୍ଗଡା ମଧ୍ୟ ଖୁବ୍ ବିକ୍ରି ହୁଏ । ଯାହା ପାଟିକୁ ଖାଇବାକୁ ତ ଭଲଲାଗେ କିନ୍ତୁ ଏଥିରେ ଥିବା ଔଷଧୀୟ ଗୁଣ ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ ।
/kanak/media/media_files/2024/12/30/ngH5RJWAzkT6qUiXOQNE.png)
ପାଣି ସିଙ୍ଗଡ଼ାରେ ଥିବା ପ୍ରୋଟିନ୍ , ଫାଇବର୍ , ପୋଟାସିୟମ୍ ଏବଂ ଭିଟାମିନ୍ ବି୬ ଭଳି ପୋଷକ ତତ୍ତ୍ବ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ । ଏହି ଫଳକୁ ପାଣି ଫଳ ବୋଲି ମଧ୍ୟ କୁହାଯାଏ । ଯାହା ନିୟମିତ ଖାଇବା ଦ୍ବାରା ଶରୀରରେ ପାଣିର ଅଭାବ ଦୂର ହେବା ସହ ଓଜନ କମିବା ଏବଂ ଥାଇରଏଡ୍ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ । ତାହେଲେ ଆସନ୍ତୁ ଦେଖିବା ପାଣି ସିଙ୍ଗଡା ଖାଇବା ଦ୍ବାରା ଶରୀରକୁ କେଉଁ ପ୍ରକାରର ଫାଇଦା ମିଳେ ।
/kanak/media/media_files/2024/12/30/wiQamSA6CCphNBtkAE3M.webp)
ଥାଇରଏଡ୍ :
ପାଣି ସିଙ୍ଗଡ଼ାରେ ଥିବା ଆୟୋଡିନ୍ ଥାଇରଏଡ୍ ସମସ୍ୟା ପାଇଁ ଖୁବ୍ ଲାଭକାରୀ ହୋଇଥାଏ । ଏହି ଫଳରେ ଥିବା ଆୟୋଡ଼ିନ୍ ଗଳା ସମ୍ଭନ୍ଧୀୟ ରୋଗ ପାଇଁ ମଧ୍ୟ ଭଲ ହୋଇଥାଏ । ଆପଣ ଯଦି ଥାଇରଏଡ୍ ସମସ୍ୟା ପାଇଁ ବ୍ୟତିବ୍ୟସ୍ତ ହେଉଛନ୍ତି ତାହେଲେ ଡାକ୍ତରଙ୍କ ପରାମର୍ଶ ନେଇ ପାଣି ସିଙ୍ଗଡ଼ାକୁ ଖାଇପାରିବେ ।
/kanak/media/media_files/2024/12/30/Ycs0JVMJKheXzlsMG46N.jpg)
ଡିହାଇଡ୍ରେସନ୍ :
ପାଣି ସିଙ୍ଗଡ଼ାରେ ପର୍ୟ୍ୟାପ୍ତ ପରିମାଣରେ ପାଣି ମହଜୁଦ୍ ହୋଇଥାଏ । ଏହାର ସେବନ ଦ୍ବାରା ଶରୀରରେ ଡିହାଇଡ୍ରେସନର ସମସ୍ୟା ଦୂର ହୋଇଥାଏ ।
/kanak/media/media_files/2024/12/30/tXlkVPq7U1xv0n6P3AxW.webp)
ସୁସ୍ଥ କେଶ ପାଇଁ ଲାଭକାରୀ :
ନିୟମିତ ପାଣି ସିଙ୍ଗଡ଼ା ଖାଇବା ଦ୍ବାରା ଚୁଟି ଝଡ଼ିବା ସମସ୍ୟା କମ୍ ହୁଏ । ଏଥିରେ ଥିବା ଲରିକ୍ ଏସିଡ୍ ଚୁଟିକୁ ମଜବୁତ ରଖିବାରେ ସହାୟକ ହୋଇଥାଏ ।
/kanak/media/media_files/2024/12/30/18JftHi8gsq3Oo6eJINj.jpg)
ଓଜନ କମାଏ :
ଯଦି ଆପଣ ନିଜ ବଢୁଥିବା ଓଜନକୁ ନେଇ ଚିନ୍ତିତ ତାହେଲେ ନିୟମିତ ପାଣି ସିଙ୍ଗଡ଼ା ଖାଇବା ଆରମ୍ଭ କରନ୍ତୁ । ଏହି ଫଳରେ ବହୁତ କମ୍ ମାତ୍ରାରେ କ୍ୟାଲୋରୀ ଥିବାରୁ ଏହା ପେଟ କମାଇବାରେ ସହାୟକ ହୁଏ । ଏହି ଫଳକୁ ବ୍ରେକଫାଷ୍ଟରେ ସାମିଲ୍ କରିବା ନିହାତି ଆବଶ୍ୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2024/12/30/cTGeVqJOZ1lyTpVj95ss.jpg)