କନକ ବ୍ୟୁରୋ: ଜୀବନ ନେଉଛି କାର୍ଡିଆକ୍ ଆରେଷ୍ଟ୍ । ହଠାତ୍ ଆସୁଛି ଆଉ କ୍ଷଣିକ ମଧ୍ୟରେ ଚାଲିଯାଉଛି ଜୀବନ । ମାତ୍ର ୪୨ ବର୍ଷ ବୟସରେ କାର୍ଡିଆକ୍ ଆରେଷ୍ଟ୍ ଶିକାର ହୋଇ ଦୁନିଆକୁ ଅଲବିଦା କରିଛନ୍ତି ଅଭିନେତ୍ରୀ ଶେଫାଳି ଜରିୱାଲା । ଶେପାଳିଙ୍କ ନିଧନରେ ସ୍ବାମୀ ପରାଗ ତ୍ୟାଗି ସମ୍ପୂର୍ଣ୍ଣ ଭାଙ୍ଗି ପଡିବା ସହ ବଲିଉଡ୍ରେ ଶୋକର ଛାୟା ଖେଳି ଯାଇଛି । ଏବେ ସାଙ୍ଘାତିକ ରୋଗ ହୋଇ ଉଭା ହୋଇଛି କାର୍ଡିଆକ୍ ଆରେଷ୍ଟ । ଆଉ ଯୁବପିଢିଙ୍କୁ କରୁଛି କବଳିତ । ଆସନ୍ତୁ ଜାଣିବା ଏହି କାର୍ଡିଆକ୍ ଆରେଷ୍ଟ କଣ ? ଏହାର ଲକ୍ଷଣ କଣ ? କିପରି ବଞ୍ଚିବେ ଏଥିରୁ ?
କାର୍ଡିଆକ୍ ଆରେଷ୍ଟ ହଠାତ୍ ଆସୁଥିବା ଏକ ଆଟାକ୍ । ଯଦି ଏହାକୁ ହେୟଜ୍ଞାନ କରାଯାଏ ତେବେ ଏହା ଜୀବନ ନେଇଯାଇଥାଏ । ଏହା ଜାଣିବା ଆବଶ୍ୟକ ଯେ, କେଉଁ କାରଣ ସବୁ କାର୍ଡିଆକ ଆରେଷ୍ଟ ପାଇଁ ଦାୟି ।
ହଠାତ୍ କାର୍ଡିଆକ୍ ଆରେଷ୍ଟ କହାଁକି ଆସିଥାଏ ?
ହଠାତ୍ ଆସୁଥିବା କାର୍ଡିଆକ୍ ଆରେଷ୍ଟ ଏପରି ଏକ ଅବସ୍ଥା ଯେଉଁଥିରେ ହୃଦୟ ହଠାତ୍ ରକ୍ତ ପମ୍ପ କରିବା ବନ୍ଦ କରିଦିଏ, ଯାହା ଫଳରେ ଶରୀରର ଅଧିକାଂଶ ଅଂଶ ଏବଂ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଏ । ଯାହାଦ୍ବାରା ବ୍ୟକ୍ତି ଅଚେତ୍ ହୋଇପଡିଥାନ୍ତି ଆଉ ହୃଦସ୍ପନ୍ଦନ ଅତ୍ୟନ୍ତ ଧୀର ହୋଇଯାଏ । ଏହି ଅବସ୍ଥାରେ, ଯଦି କିଛି ମିନିଟ୍ ମଧ୍ୟରେ ଚିକିତ୍ସା ନ ମିଳେ, ତେବେ ମୃତ୍ୟୁ ଘଟିଥାଏ । ଆଜିକାଲି, ହୃଦଘାତ ଯୋଗୁଁ ଯୁବକମାନଙ୍କ ମୃତ୍ୟୁ ଘଟୁଛି ଆଉ ସେହି ମୃତ୍ୟୁର କାରଣ କାର୍ଡିଆକ୍ ଆଟାକ୍ ।
ହଠାତ୍ କାର୍ଡିଆକ୍ ଆରେଷ୍ଟର ଲକ୍ଷଣଗୁଡ଼ିକ କଣ?
ସାଧାରଣ ଆଟାକ୍ ଆସିବା ପୂର୍ବରୁ ପ୍ରଥମେ ଶରୀରରେ ଅନେକ ପ୍ରକାରର ଶଙ୍କେତ ଦେଖିବାକୁ ମିଳିଥାଏ। ଛାତିରେ ଯନ୍ତ୍ରଣା, ବିଚଳିତ ଲାଗିବା ପରି ଅନୁଭବ ହୋଇଥାଏ କିନ୍ତୁ କାର୍ଡିଆକ ଆଟାକ୍ ରେ କିଛି ଲକ୍ଷଣ ଦେଖାଯାଇନଥାଏ। ଏହା ହଠାତ୍ ଆସିଥାଏ ଆଉ ଜୀବନ ନେଇଯାଇଥାଏ। ଏମିତିକି ରୋଗୀକୁ ହସ୍ପିଟାଲରେ ପହଞ୍ଚିବାକୁ ସମୟ ଦେଇନଥାଏ।
କାର୍ଡିଆକ୍ ଆରେଷ୍ଟର କାରଣ
ଡାକ୍ତରଙ୍କ କହିବାନୁଯାୟୀ, ହଠାତ୍ ଆସୁଥିବା କାଡିଆକ୍ ଆରେଷ୍ଟ ପାଇଁ ଦାୟୀ ଅସ୍ୱାସ୍ଥ୍ୟକର ଜୀବନଶୈଳୀ । ଭୁଲ ଖାଦ୍ୟପେୟ, ଅତ୍ୟଧିକ ଚାପ ଏବଂ ଧୂମପାନ ମଧ୍ୟ କାର୍ଡିଆକ୍ ଆରେଷ୍ଟ ପାଇଁ ସବୁଠାରୁ ଅଧିକ ଦାୟୀ । ଆଜିକାଲି ଚାପ, ଅବସାଦ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏକ ବଡ ସମସ୍ୟା ଭାବେ ଠିଆ ହୋଇଛି । ଯେତେବେଳେ ଆପଣ କୌଣସି ବିଷୟକୁ ନେଇ ଅତ୍ୟଧିକ ଚିନ୍ତାରେ ପଡିଯାଅନ୍ତି , ସେତେବେଳେ ଶରୀରରେ ହରମୋନ ନିର୍ଗତ ହେବା ଆରମ୍ଭ ହୁଏ, ଯାହା ହୃଦୟ ଏବଂ ନାଳୀଗୁଡ଼ିକୁ ଦୁର୍ବଳ କରିଦିଏ । ଏହା ହୃଦୟର ସ୍ୱାସ୍ଥ୍ୟକୁ ଖରାପ କରିଥାଏ । ଏହା ଯୋଗୁଁ, ହୃଦୟକୁ ହଠାତ୍ ରକ୍ତ ଯୋଗାଣ ହୁଏ ନାହିଁ ଏବଂ ହୃଦଘାତର ଆଶଙ୍କା ବଢ଼ିଯାଏ । ଯାହାଦ୍ବାରା କାର୍ଡ଼ିଆକ୍ ଆରେଷ୍ଟ ଭରି ରୋଗ ଆମକୁ କବଳିତ କରିଥାଏ ଆଉ ମୃତ୍ୟୁ ମୁଖକୁ ଟାଣିନେଇଥାଏ ।