ଦେବଦୂତ ସାଜିଲେ ସ୍ବାସ୍ଥ୍ୟ ସୁପରଭାଇଜର ; ମହିଳା ରୋଗୀଙ୍କୁ ଭାରରେ ବୋହିଲେ ୫ କିଲୋମିଟର

ଦେବଦୂତ ସାଜିଲେ ସ୍ବାସ୍ଥ୍ୟ ସୁପରଭାଇଜର   । ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳରୁ ଆସିଲା ଦୃଶ୍ୟ । ଦୁର୍ଗମ ତୁଳସୀ ଗାଁରୁ ମହିଳା ରୋଗୀକୁ ଭାରରେ ବୋହି ଆଣିଲେ ୫ କିଲୋମିଟର ।

03

କନକ ବ୍ୟୁରୋ: ଦେବଦୂତ ସାଜିଲେ ସ୍ବାସ୍ଥ୍ୟ ସୁପରଭାଇଜର । ଦୁର୍ଗମ ଅଞ୍ଚଳରୁ ଭାରରେ ବୋହି ଆଣିଲେ ୫ କିଲୋମିଟର । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଦୁର୍ଗମ ତୁଳସୀ ଗାଁରୁ ଅସୁସ୍ଥ ଥିବା ମହିଳାଙ୍କୁ ରାସ୍ତା ଖରାପ ଯୋଗୁଁ ବୋହି ଆଣିଛନ୍ତି ସାଲିମି ସୁପରଭାଇଜର ହରେକୃଷ୍ଣ ପାତିକା । ତୁଳସୀ ଗାଁର ମଙ୍ଗଲଦେଇ ଦୁରୁଆ ଦୀର୍ଘଦିନରୁ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ଘରେ ରହିଥିଲେ । ବର୍ଷା ଯୋଗୁଁ ସ୍ବାସ୍ଥ୍ୟକେନ୍ଦ୍ର ଆସିବା ସମ୍ଭବ ନଥିଲା । ଗାଁ ଲୋକେ ମଙ୍ଗଳଦେଇଙ୍କୁ ଅଧାରାସ୍ତା ବୋହି ଆଣୁଥିଲେ । ସ୍ବାସ୍ଥ୍ୟ ଟିମ୍ ଗାଁକୁ ଯାଇ ପାରୁନଥିବାରୁ ଉପାୟ ଶୂନ୍ୟ ହୋଇ ବାଧ୍ୟ ହୋଇ କାଦୁଆ ରାସ୍ତା ଯାଏଁ ସୁପରଭାଇଜର ପାତିକା ବୋହି ଗାଡି ଯାଏଁ ଆଣିଥିଲେ । ସେଠାରୁ ସ୍ବାସ୍ଥ୍ୟ ବିଭାଗର ଗାଡି ସହାୟତାରେ ମାଥିଲି ସବଡିଭିଜନ ମେଡିକାଲକୁ ଆଣି ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ମାଲକାନଗିରି ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe