କନକ ବ୍ୟୁରୋ: ଦେବଦୂତ ସାଜିଲେ ସ୍ବାସ୍ଥ୍ୟ ସୁପରଭାଇଜର । ଦୁର୍ଗମ ଅଞ୍ଚଳରୁ ଭାରରେ ବୋହି ଆଣିଲେ ୫ କିଲୋମିଟର । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଦୁର୍ଗମ ତୁଳସୀ ଗାଁରୁ ଅସୁସ୍ଥ ଥିବା ମହିଳାଙ୍କୁ ରାସ୍ତା ଖରାପ ଯୋଗୁଁ ବୋହି ଆଣିଛନ୍ତି ସାଲିମି ସୁପରଭାଇଜର ହରେକୃଷ୍ଣ ପାତିକା । ତୁଳସୀ ଗାଁର ମଙ୍ଗଲଦେଇ ଦୁରୁଆ ଦୀର୍ଘଦିନରୁ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ଘରେ ରହିଥିଲେ । ବର୍ଷା ଯୋଗୁଁ ସ୍ବାସ୍ଥ୍ୟକେନ୍ଦ୍ର ଆସିବା ସମ୍ଭବ ନଥିଲା । ଗାଁ ଲୋକେ ମଙ୍ଗଳଦେଇଙ୍କୁ ଅଧାରାସ୍ତା ବୋହି ଆଣୁଥିଲେ । ସ୍ବାସ୍ଥ୍ୟ ଟିମ୍ ଗାଁକୁ ଯାଇ ପାରୁନଥିବାରୁ ଉପାୟ ଶୂନ୍ୟ ହୋଇ ବାଧ୍ୟ ହୋଇ କାଦୁଆ ରାସ୍ତା ଯାଏଁ ସୁପରଭାଇଜର ପାତିକା ବୋହି ଗାଡି ଯାଏଁ ଆଣିଥିଲେ । ସେଠାରୁ ସ୍ବାସ୍ଥ୍ୟ ବିଭାଗର ଗାଡି ସହାୟତାରେ ମାଥିଲି ସବଡିଭିଜନ ମେଡିକାଲକୁ ଆଣି ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ମାଲକାନଗିରି ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦେଇଛି ।
ଦେବଦୂତ ସାଜିଲେ ସ୍ବାସ୍ଥ୍ୟ ସୁପରଭାଇଜର ; ମହିଳା ରୋଗୀଙ୍କୁ ଭାରରେ ବୋହିଲେ ୫ କିଲୋମିଟର
ଦେବଦୂତ ସାଜିଲେ ସ୍ବାସ୍ଥ୍ୟ ସୁପରଭାଇଜର । ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳରୁ ଆସିଲା ଦୃଶ୍ୟ । ଦୁର୍ଗମ ତୁଳସୀ ଗାଁରୁ ମହିଳା ରୋଗୀକୁ ଭାରରେ ବୋହି ଆଣିଲେ ୫ କିଲୋମିଟର ।
/kanak/media/media_files/2025/09/07/03-2025-09-07-08-19-35.jpg)