କନକ ବ୍ୟୁରୋ: ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଶିଶୁଙ୍କ ମୃତ୍ୟୁ ପରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକାଧିକ ଟେଷ୍ଟ କରିଛି । କଫ୍ ସିରଫରେ  କୌଣସି କ୍ଷତିକାରକ କେମିକାଲ ମାତ୍ରା ନାହିଁ ବୋଲି ସ୍ପଷ୍ଟ କରିବା ସହ ୫ ବର୍ଷରୁ କମ୍ ବୟସର ଶିଶୁଙ୍କୁ କଫ୍ ସିରପ୍ ନଦେବାକୁ ସର୍କୁଲାର ବି ଜାରି କରିଛି ।

Advertisment

ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ୧୧ ଶିଶୁଙ୍କ ମୃତ୍ୟୁ ପରେ ଘଟଣାସ୍ଥଳକୁ ଯାଇ କଫ୍ ସିରପର ସାମ୍ପୁଲ ସଂଗ୍ରହ କରି ଟେଷ୍ଟ କରାଯାଇଛି । ଏଥିରେ ଡାଥିଲିନ୍ ଗ୍ଲାଇକଲ୍ ଓ ଏଥିଲିନ୍ ଗ୍ଲାଇକଲ୍ ଭଳି କ୍ଷତିକାରକ କେମିକାଲ ନାହିଁ ବୋଲି ସ୍ପଷ୍ଟ କରିଛି କେନ୍ଦ୍ରୂ ସ୍ବାସ୍ଥ୍ୟମନ୍ତ୍ରଣାଳୟ ।ଏହା ଏଭଳି କେମିକାଲ ଯାହା କିଡନିକୁ ପ୍ରଭାବିତ କରେ । ଅବଶ୍ୟ ପୁଣେରେ ଏକ ମାମଲାରେ ଲେପ୍ଟୋସ୍ପାଇରୋସିସ୍ ଉପାଦାନ ମିଳିଛି । ତେବେ ଡାକ୍ତରୀ ଟିମ୍ ଶିଶୁ ମୃତ୍ୟୁ ମାମଲାରେ ସମ୍ଭାବିତ କାରଣ ଗୁଡ଼ିକ ଉପରେ ଯାଞ୍ଚ କରୁଥିବା ଜଣାପଡ଼ିଛି । 
କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ସର୍କୁଲାର ଜାରି କରିଛନ୍ତି :

୨ ବର୍ଷରୁ କମ୍ ପିଲାଙ୍କୁ ଥଣ୍ଡା କି କାଶ ମେଡ଼ିସିନ ଦିଅନ୍ତୁ ନାହିଁ ।

୫ ବର୍ଷରୁ କମ୍ ବର୍ଷର ପିଲାଙ୍କୁ କଫ୍ ସିରପ୍ ଦେବା ଆଗରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ 

ପିଲାଙ୍କୁ ଥଣ୍ଡା କାଶ ହେଲେ ପ୍ରଥମେ ଘରୋଇ ଉପଚାର କରନ୍ତୁ । ପର୍ଯ୍ୟାପ୍ତ ପାଣି ଦେବା ସହ ଯତ୍ନ ନିଅନ୍ତୁ 

ନିଜ ମନ ଇଚ୍ଛା କୌଣସି ଔଷଧ ଦୋକାନରୁ ମେଡ଼ିସିନ କିଣି ପିଲାକୁ ଦିଅନ୍ତୁ ନାହିଁ