କରୋନା ଟିକା ନୁହେଁ ହୃଦ୍‌ଘାତର କାରଣ : ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ, ICMR ଓ AIIMS ର ଅଧ୍ୟୟନରୁ ସ୍ପଷ୍ଟ

୪୦ ଦିନରେ ୨୨ ଜଣଙ୍କ ହୃଦଘାତରେ ଜୀବନ ଯାଇଥିଲା । ଯାହା କୋଭିଡ ଟିକାର ପାର୍ଶ୍ବ ପ୍ରତିକ୍ରିୟା ବୋଲି ଅଭିଯୋଗ କରିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । କିନ୍ତୁ ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରିବା ସହ କୋଭିଡ ଟିକାର ହୃଦଘାତ ସହିତ କୌଣସି ସମ୍ବନ୍ଧ ନାହିଁ ବୋଲି କୁହାଯାଇଛି ।

HeartAttack Covid Vaccine

HeartAttack Covid Vaccine Photograph: (KanakNews)

କନକ ବ୍ୟୁରୋ : କୋଭିଡ ଟିକା ନୁହେଁ ହୃଦଘାତର କାରଣ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୪୦ ଦିନରେ ୨୨ ଜଣଙ୍କ ହୃଦଘାତରେ ଜୀବନ ଯାଇଥିଲା । ଯାହା କୋଭିଡ ଟିକାର ପାର୍ଶ୍ବ ପ୍ରତିକ୍ରିୟା ବୋଲି ଅଭିଯୋଗ କରିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । କିନ୍ତୁ ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରିବା ସହ କୋଭିଡ ଟିକାର ହୃଦଘାତ ସହିତ କୌଣସି ସମ୍ବନ୍ଧ ନାହିଁ ବୋଲି କୁହାଯାଇଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ(ICMR) ଏବଂ ଏମ୍ସ ପକ୍ଷରୁ କରାଯାଉଥିବା ଗବେଷଣାରୁ ଜଣାପଡ଼ିଛି । କୋଭିଡ ଟିକା ସହ ହୃଦଘାତର କୌଣସି ସମ୍ପର୍କ ନାହିଁ ବୋଲି ଅଧ୍ୟୟନରୁ ସ୍ପଷ୍ଟ ହୋଇଛି । ଦେଶରେ ୧୮ ରୁ ୪୫ ବର୍ଷୀୟ ଯୁବପିଢ଼ି ହୃଦଘାଦର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଆଇସିଏମଆର ଓ ଏମ୍ସ ଗବେଷଣାରୁ ଜଣାପଡିଛି ଯେ ଜୀବନଶୈଳୀ ଏବଂ ପୂର୍ବ ସମସ୍ୟା ଯୋଗୁ ହୃଦଘାତରେ ଜୀବନ ଯାଉଛି । ୧୯ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୩ ମେ’ରୁ ଅଗଷ୍ଟ ମଧ୍ୟରେ କରାଯାଉଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି । ଏହି ଅଧ୍ୟୟନରେ ୨୦୨୧ ଅକ୍ଟୋବରରୁ ୨୦୨୩ ମାର୍ଚ୍ଚ ମଧ୍ୟରେ ସୁସ୍ଥ ଦେଖାଯାଉଥିବା ଲୋକଙ୍କ ମଧ୍ୟରେ ହଠାତ୍ ମୃତ୍ୟୁକୁ ନେଇ ଗବେଷଣା କରାଯାଇଥିଲା। ତେବେ କାହିଁକି ଏଭଳି ହୃଦଘାତରେ ଜୀବନ ଯାଉଛି ତା’ର ପ୍ରକୃତ କାରଣ ଖୋଜିବାକୁ ଆଇସିଏମଆର ଏବଂ ଏମ୍ସ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।

କୋଭିଡ ଟିକା ନୁହେଁ ହୃଦଘାତର କାରଣ ।
କୋଭିଡ ଟିକା ଯୋଗୁ ହୃଦଘାତ ହେଉନଥିବା ସ୍ପଷ୍ଟ କଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।
ନିକଟରେ ୪୦ ଦିନରେ ୨୨ ଜଣଙ୍କ ହୃଦଘାତରେ ଜୀବନ ଯାଇଥିଲା । ଯାହା କୋଭିଡ ଟିକାର ପାର୍ଶ୍ବ ପ୍ରତିକ୍ରିୟା ବୋଲି ଅଭିଯୋଗ କରିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋଭିଡ ଟିକା ହୃଦଘାତର କାରଣ ନୁହେଁ ।
ଆଇସିଏମଆର ଏବଂ ଏମ୍ସ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡିଛି ।
କୋଭିଡ ଟିକା ସହ ହୃଦଘାତର କୌଣସି ସମ୍ପର୍କ ନାହିଁ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି ।
ଦେଶରେ ୧୮ ରୁ ୪୫ ବର୍ଷୀୟ ଯୁବପିଢ଼ି ହୃଦଘାତର ଶିକାର ହେଉଥିବା ଦେଖିବାକୁ ମିଳୁଛି ।
ଗବେଷଣାରୁ ଜଣାପଡିଛି ଯେ ଜୀବନଶୈଳୀ ଏବଂ ପୂର୍ବ ସମସ୍ୟା ଯୋଗୁ ହୃଦଘାତର ଜୀବନ ଯାଉଛି ।
୨୦୨୧ ଅକ୍ଟୋବରରୁ ୨୦୨୩ ମାର୍ଚ୍ଚ ମଧ୍ୟରେ ସୁସ୍ଥ ଲୋକଙ୍କ ହଠାତ୍ ମୃତ୍ୟୁକୁ ନେଇ ଗବେଷଣା କରାଯାଇଥିଲା ।
୧୯ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୩ ମେ’ରୁ ଅଗଷ୍ଟ ମଧ୍ୟରେ ଅଧ୍ୟୟନ କରାଯାଇଥିଲା ତେବେ କାହିଁକି ଏଭଳି ହୃଦଘାତରେ ଜୀବନ ଯାଉଛି ତା’ର ପ୍ରକୃତ କାରଣ ଖୋଜିବ ଆଇସିଏମଆର ଏବଂ ଏମ୍ସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe