ତସ୍କରୀ ରାକେଟରେ ଛନ୍ଦିହେଲା କଟକର ରୁଦ୍ର ହସ୍ପିଟାଲ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

Advertisment

ହସ୍ପିଟାଲରେ ମୃତଦେହରୁ ଅଙ୍ଗ ଚୋରି ଭଳି ସାଙ୍ଘାତିକ ଖବର ପରେ ତତ୍ପରତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ। କନକ ନ୍ୟୁଜରୁ ପ୍ରଥମେ ଏହି ଖବର ଦେଖିଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ହସ୍ପିଟାଲରେ ମୃତଦେହରୁ ଅଙ୍ଗ ଚୋରି ଭଳି ସାଙ୍ଘାତିକ ଖବର ପରେ ତତ୍ପରତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ। କନକ ନ୍ୟୁଜରୁ ପ୍ରଥମେ ଏହି ଖବର ଦେଖିଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

rudra hospital

କନକ ବ୍ୟୁରୋ: ହସ୍ପିଟାଲରେ ମୃତଦେହରୁ ଅଙ୍ଗ ଚୋରି ଭଳି ସାଙ୍ଘାତିକ ଖବର ପରେ ତତ୍ପରତା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ। କନକ ନ୍ୟୁଜରୁ ପ୍ରଥମେ ଏହି ଖବର ଦେଖିଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଆଉ ପ୍ରତିକ୍ରିୟାରେ କହିଛନ୍ତି...

  • ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି
  • ସମ୍ୱେଦନଶୀଳ ଘଟଣା ହୋଇଥିବାରୁ ତୁରନ୍ତ ତଦନ୍ତ ଆରମ୍ଭ ହେବ
  • ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କୁ ଛଡ଼ାଯିବ ନାହିଁ
  • ଏଭଳି ଅମାନବୀୟ କାର୍ଯ୍ୟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ

କଟକ ରୁଦ୍ର ହସ୍ପିଟାଲ ବିରୋଧରେ ଅଭିଯୋଗ ଆସିଥିବାରୁ ପୋଲିସ କମିଶନରଙ୍କ ସହ କଥା ହୋଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଏହାପରେ ରୁଦ୍ର ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ। ଘଟଣା ବାବଦରେ ବିସ୍ତୃତ ତଥ୍ୟ ସଂଗ୍ରହ କରାଯାଇଛି। ଘଟଣା ବାବଦରେ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।

କଟକ ସିଡିଏମଓଙ୍କ ସୂଚନା

  • ରୁଦ୍ର ହସ୍ପିଟାଲ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଧିନରେ ଆସୁଛି
  • ତେଣୁ ତଦନ୍ତ ବେଳେ ସହଯୋଗ ଆବଶ୍ୟକ କଲେ ଯୋଗାଇ ଦିଆଯିବ
  • ବ୍ୟକ୍ତି ଜଣକ ଯେଉଁଠାରେ ଚିକିତ୍ସିତ ହେଉଥିଲେ ସେଠାରେ ସବୁ ତଥ୍ୟ ଥିବ

ହସ୍ପିଟାଲରୁ ଅଙ୍ଗ ଚୋରି ଭଳି ସାଙ୍ଘାତିକ ଅଭିଯୋଗ ଆସିବା ପରେ ସାରା ରାଜ୍ୟରେ ଚହଳ ପଡ଼ିଛି। ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଥିବାବେଳେ ଅଭିଯୋଗ ଆସିଥିବା ରୁଦ୍ର ହସ୍ପିଟାଲ ମଧ୍ୟ ସନ୍ଦେହ ଘେରକୁ ଚାଲିଆସିଛି । କୁହାଯାଉଛି ରୁଦ୍ର ହସ୍ପିଟାଲ ବିରୋଧରେ ପୂର୍ବରୁ ମଧ୍ୟ ବିଭିନ୍ନ ବିବାଦୀୟ ଅଭିଯୋଗ ଆସିଛି।

କୋଭିଡ ମହାମାରୀ ସମୟରେ ଭେଣ୍ଟିଲେଟର ଓ ଆଇସିୟୁ ମନିଟର ଚୋରି କରି କଟକର ଦୁଇଟି ଘରୋଇ ହସ୍ପିଟାଲକୁ ବିକ୍ରି କରାଯାଇଥିଲା। ଚୋରି ସାମଗ୍ରୀ କିଣିବା ମାମଲାରେ କଟକର ରୁଦ୍ର ହସ୍ପିଟାଲର ନାଁ ମଧ୍ୟ ଆସିଥିଲା। ତେଣୁ ଚିକିତ୍ସା ନାଁରେ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବା ହସ୍ପିଟାଲ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛି ସ୍ୱାସ୍ଥ୍ୟ ବିଭାଗ ତା ଉପରେ ନଜର ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe