ମହାକାଶରେ କେମିତି ଅଛନ୍ତି ସୁନିତା ; ସ୍ୱାସ୍ଥ୍ୟରେ ଅବନତି ନେଇ ଚର୍ଚ୍ଚା

ମହାକାଶରେ କେମିତି ଅଛି ସୁନିତା ୱିଲିଅମ୍ସଙ୍କ ସ୍ୱାସ୍ଥ୍ୟାବସ୍ଥା । ମହାକାଶରୁ ପଠାଇଲେ ବାର୍ତ୍ତା । କଠୋର ବ୍ୟାୟାମ ଯୋଗୁଁ ବଦଳିଛି ଶାରୀରିକ ରୂପ । ସ୍ୱାସ୍ଥ୍ୟ ବିଗୁଡୁଥିବାନେଇ ଚର୍ଚ୍ଚାକୁ ନେଇ ରଖିଲେ ସ୍ପଷ୍ଚୀକରଣ ।

14sunita

କନକ ବ୍ୟୁରୋ: ମହାକାଶରେ ସୁନୀତା ୱିଲିୟମ୍ସଙ୍କ ସ୍ବାସ୍ଥ୍ୟବସ୍ତା କେମିତି ଅଛି। ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିବା ନେଇ ରିପୋର୍ଟ ସାମ୍ନାକୁ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ସୁନିତା । କହିଛନ୍ତି, କଠୋର ବ୍ୟାୟାମ ଯୋଗୁଁ ତାଙ୍କର ଶାରୀରିକ ରୂପ ବଦଳି ଯାଇଛି। 

ଆନ୍ତର୍ଜାତୀୟ ସ୍ପେଶ ଷ୍ଟେସନରୁ ସୁନୀତା ୱିଲିୟମ୍ସ ତାଙ୍କର ଦୈନଦିନ ବ୍ୟାୟାମ ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି । ଭିଡିଓରେ ସୁନିତା କହିଛନ୍ତି, ସେ ମହାକାଶକୁ ଯିବାକ ପୂର୍ବରୁ ଯେତିକି ଓଜନ ଥିଲେ ଏବେ ମଧ୍ୟ ସେତିକି ଅଛନ୍ତି । ତେବେ ତାଙ୍କର ଶାରୀରିକ  ରୁପ ବଦଳିଯିବା ଉପରେ ସୁନୀତା ୱିଲିୟମ୍ସ କହିଛନ୍ତି, ସେ ପ୍ରତିଦିନ ବ୍ୟାୟାମ କରୁଛନ୍ତି, ସାଇକେଲ ଚଲାଇବା, ଟ୍ରେଡମିଲରେ ଚାଲିବା ଏବଂ ଭାରଉତ୍ତୋଳନ କରୁଛନ୍ତି। ମାଂସପେଶୀ ଏବଂ ହାଡର ଘନତା ଉପରେ ମାଇକ୍ରୋଗ୍ରାଭିଟିର ପ୍ରଭାବକୁ ମୁକାବିଲା କରିବା ପାଇଁ ମହାକାଶଚାରୀମାନେ ଅନୁସରଣ କରୁଥିବା କଠୋର ବ୍ୟାୟାମ କରୁଥିବା ଯୋଗୁଁ ତାଙ୍କର ଶାରୀରିକ ରୂପ ବଦଳିଛି । ଓଜନ ଉଠାଇବା କାରଣରୁ ତାଙ୍କ ଜଙ୍ଘ ଟିକେ ମୋଟା ହୋଇଯାଇଥିବା ସେ କହିଛନ୍ତି। 

ଗତ ଜୁନ ୬ ତାରିଖରେ ମହାକାଶକୁ ଯାତ୍ରା କରିଥିଲେ ସୁନିତା ୱିଲିୟମ୍ସ। ୧୦ ଦିନ ମଧ୍ୟରେ ଫେରିବାର ଯୋଜନା ଥିଲା। କିନ୍ତୁ ଟେକ୍ନିକାଲ ସମସ୍ୟା ଯୋଗିଁ ସେ ଏପର୍ଯ୍ୟନ୍ତ ଫେରିପାରିନାହାଁନ୍ତି। ୨୦୨୫ ଫେବୃଆରୀ ସୁଦ୍ଧା ସେ ଫେରିବାର କାର୍ଯ୍ୟକ୍ରମ ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe