Health Problem : ଗଜପତିରେ ବିଗିଡ଼ିଛି ସ୍ବାସ୍ଥ୍ୟସେବା :  ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି

ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ସ୍ବାସ୍ଥ୍ୟସେବା ଯେମିତି ପ୍ରହସନ ପାଲଟିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ମୋଟ ୩୨୩ ଡାକ୍ତର ଆବଶ୍ୟକ। ହେଲେ ଅଛନ୍ତି ମାତ୍ର ୧୧୬ ଜଣ

Health Problem

Health Problem Photograph: (Kanak News)

କନକ ବ୍ୟୁରୋ: ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଓ ବ୍ଲକ୍‌ ସ୍ତରରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ଅନେକ ଡାକ୍ତର ପଦବୀ ଖାଲି ପଡ଼ିଛି । ସ୍ୱାସ୍ଥ୍ୟମନ୍ତ୍ରୀ ୧୦ ଦିନ ଭିତରେ ଜିଲ୍ଲାରେ ଡାକ୍ତର ନିଯୁକ୍ତି ନେଇ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପ୍ରତିଶ୍ରୁତିର ୯୦ ଦିନରେ ଓଲଟା ୪ ଡାକ୍ତର ବଦଳି ଆଉ ୪ ଡାକ୍ତର ଲମ୍ବା ଛୁଟିରେ । ସ୍ବାସ୍ଥ୍ୟ ବିଭାଗର ଚରମ ଅବହେଳା ଯୋଗୁଁ ହରଡ଼ଘଣାରେ ପଡ଼ିଛି ଜିଲ୍ଲା ପ୍ରଶାସନ।

ଗଜପତିର ବିଗିଡ଼ିଛି ସ୍ବାସ୍ଥ୍ୟସେବା 
ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି

ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ସ୍ବାସ୍ଥ୍ୟସେବା ଯେମିତି ପ୍ରହସନ ପାଲଟିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ମୋଟ ୩୨୩ ଡାକ୍ତର ଆବଶ୍ୟକ। ହେଲେ ଅଛନ୍ତି ମାତ୍ର ୧୧୬ ଜଣ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହାନ୍ତି ବିଶେଷଜ୍ଞ ଡାକ୍ତର। ପ୍ରାୟ ଦେଢ଼ ବର୍ଷ ହେଲା ଶିଶୁ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି। ନିଶ୍ଚେତକ ଓ ଦନ୍ତ ବିଶେଷଜ୍ଞ ବର୍ଷେ ହେଲା ଛୁଟିରେ। କୌଣସି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ କିମ୍ବା ସ୍ତ୍ରୀ ରୋଗ ବିଶେଷଜ୍ଞ ନଥିବାରୁ ସ୍ୱାସ୍ଥ୍ୟସେବା ପାଇଁ ଜିଲ୍ଲାବାସୀ ବହୁ ଅସୁବିଧା ଭୋଗୁଛନ୍ତି।

ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଣିର ଗାର
ନିଯୁକ୍ତି ବଦଳରେ ବଦଳି

ଗତ ଏପ୍ରିଲ ପହିଲାରେ ସ୍ବାସ୍ଥ୍ୟମନ୍ତ୍ରୀ ଜିଲ୍ଲା ଗସ୍ତ କରି ୧୦ ଦିନରେ ଡାକ୍ତର ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିଲେ । ହେଲେ ନିଯୁକ୍ତି ତ ଦୂରର କଥା, ପ୍ରତିଶ୍ରୁତିର ୯୦ ଦିନ ଭିତରେ ୪ଜଣ ଡାକ୍ତରଙ୍କ ବଦଳି କରାଯାଇଛି । ଲମ୍ବା ଛୁଟିରେ ଯାଇଛନ୍ତି ୪ ଡାକ୍ତର । ଅନ୍ୟପଟେ ଠିକାରେ ଡାକ୍ତର ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଖାଲି ଡାକ୍ତର ନୁହେଁ, ଜିଲ୍ଲାରେ ଆବଶ୍ୟକ ଅନୁପାତରେ ନର୍ସ କି ସ୍ୱାସ୍ଥ୍ୟକର୍ମୀ ବି ନାହାନ୍ତି। ଯାହା ଚିନ୍ତାର କାରଣ ପାଲଟିଛି ।

(ଗଜପତିରୁ ସୀତାନାଥ ପଣ୍ଡାଙ୍କ ରିପୋର୍ଟ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe