Space Photograph: (Kanak news)
କନକ ବ୍ୟୁରୋ : ଆନ୍ତର୍ଜାତିକ ସ୍ପେଶ ଷ୍ଟେସନ (ଆଇଏସ୍ଏସ୍)ରେ ଜଣେ ମହାକାଶଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାପରେ ନାସାକୁ ଏହାର କ୍ରୁ-୧୧ ମିଶନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ପଡ଼ିଛି । ନାସା ଏହି ମିଶନରେ ସାମିଲ ସମସ୍ତ ଚାରି ମହାକାଶଚାରୀଙ୍କୁ ଭୂପୃଷ୍ଠକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି । ଆଇଏସ୍ଏସ୍ର ୨୫ ବର୍ଷ ଇତିହାସରେ ପ୍ରଥମ ଥର ଏପରି ଜରୁରୀକାଳୀନ ପ୍ରତ୍ୟାବର୍ତ୍ତନ କରାଯାଉଛି । ଏହି ଟିମ୍ରେ ନାସାର ମହାକାଶଚାରୀ ଜେନା କାର୍ଡ଼ମାନ୍ ଓ ମାଇକ୍ ଫିଙ୍କେ ଓ ଜାକ୍ସାର କିମିୟା ୟୁଇ ଓ ରୋସ୍କସ୍ମସ୍ ମହାକାଶଚାରୀ ଓଲେଗ୍ ପ୍ଲାଟୋନଭ୍ ଅଛନ୍ତି ।
ମହାକାଶଚାରୀମାନେ ଭାରତୀୟ ସମୟ ଅନୁଯାୟୀ ଗୁରୁବାର ଅପରାହ୍ଣ ୨ଟା ୧୧ ମିନିଟରେ କାଲିଫର୍ଣ୍ଣିଆ ଉପକୂଳରେ ଅବତରଣ କରିବେ । ତେବେ ଗୋପନୀୟତା ବଜାୟ ରଖିବାକୁ ନାସା ଅସୁସ୍ଥ ମହାକାଶଚାରୀଙ୍କ ନାମ ଓ ଅସୁସ୍ଥତା କାରଣ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ । ଜାନୁଆରି ୮ ତାରିଖରେ ନାସାକୁ ମିଶନ ଅଧାରୁ ଶେଷ କରିବା ପରି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିଥିଲା । ଅସୁସ୍ଥ ମହାକାଶଚାରୀଙ୍କ ଅବସ୍ଥା ଏବେ ସ୍ଥିର ଅଛି ।
ଅଧିକ ପଢ଼ନ୍ତୁ---ସେନାର ବୀରତ୍ୱ-ସାହସ ପ୍ରତ୍ୟେକ ନାଗରିକଙ୍କୁ ଗର୍ବିତ କରେ : ସେନା ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଭାରତୀୟ ସମୟ ଅନୁଯାୟୀ ଗୁରୁବାର ରାତି ୩ଟା ୩୫ ମିନିଟରେ ଆରମ୍ଭ ହୋଇଥିଲା । ସ୍ପେଶ୍ ଏଜେନ୍ସିର ବରିଷ୍ଠ ଅଧିକାରୀଙ୍କ ସୂଚନାନୁଯାୟୀ ଅର୍ବିଟିଂ ଲାବେରଟେରୀର ୨୫ ବର୍ଷର ଇତିହାସରେ ଏହା ପ୍ରଥମ ଜରୁରୀକାଳୀନ ପ୍ରତ୍ୟାବର୍ତ୍ତନ । ଏହି ଘଟଣା ସ୍ପେଶ ମିସନର ଚାଲେଞ୍ଜକୁ ପୁଣି ଥରେ ସାମ୍ନାକୁ ଆଣିଛି । ନାସା ପ୍ରଶାସନ ଜେରେଡ ଆଇଜାକ୍ମ୍ୟାନ ଗୁରୁବାର ୱାସିଂଟନରେ ଏକ ସାମ୍ବାଦିକ ସମ୍ମିଳନୀରେକ୍ରୁ ମେମ୍ବରଙ୍କୁ ମେଡିକାଲ ଏମରଜେନ୍ସିରେ ଫେରାଇ ଅଣାଯାଉଥିବା କଥା ଘୋଷଣା କରିଥିଲେ ।
Follow Us