କନକ ବ୍ୟୁରୋ: ହ୍ୟୁମାନ ମେଟାନିମୋ ଭାଇରସ ବା HMPV ନେଇ ମିଳିଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଯେ, ଚୀନରୁ HMPVନେଇ ଆସୁଥିବା ଖବରକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଏପର୍ଯ୍ୟନ୍ତ ପୁଷ୍ଟି କରିନି । ଭାରତ ସରକାର ମଧ୍ୟ ଏନେଇ କୌଣସି ଆଡଭାଇଜରି ଜାରି କରିନାହାନ୍ତି । ତେବେ ଯେକୌଣସି ସ୍ଵାସ୍ଥ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । 

Advertisment

ସେ ଆହୁରି କହିଛନ୍ତି, “କୋଭିଡ ଆମକୁ ବହୁତ୍ ଜିନିଷ ଶିଖାଇ ଦେଇଛି । ଆମର ସ୍ଵାସ୍ଥ୍ୟ ବ୍ୟବସ୍ଥା ପୂର୍ବ ତୁଳନାରେ ଅଧିକ ସୁଦୃଢ଼ ହୋଇଛି । ତେବେ ଏହି ଭୂତାଣୁ ପୂର୍ବରୁ ଥିଲା ଓ ରହିଛି ଏବଂ ଏହାକୁ ନେଇ ଡରିବାର ନାହିଁ ବୋଲି ଦୁଇ ଦିନ ତଳେ ଭାରତ ସରକାରଙ୍କ ସ୍ଵାସ୍ଥ୍ୟ ସେବା ମହାନିର୍ଦ୍ଦେଶକ କହିଛନ୍ତି । ୨୦୦୧ ମସିହାରୁ ଏହି ଭାଇରସ ନେଦରଲ୍ୟାଣ୍ଡରେ ଚିହ୍ନଟ ହୋଇଥିଲା ଏବଂ ବିଭିନ୍ନ ସମୟରେ ଭାରତରେ ମଧ୍ୟ ଚିହ୍ନଟ ହୋଇଛି ।“ 

ସେପଟେ ରାଜ୍ୟରେ ଐଗଚଠକୁ ନେଇ ସନ୍ଧ୍ୟା ୬ରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଜନ ସ୍ଵାସ୍ଥ୍ୟ ନିର୍ଦେଶକ, ଊଗଋଞଙ୍କ ସହ ଜଗଜଉର ନିର୍ଦ୍ଦେଶକ ଉପସ୍ଥିତ ରହିବେ । ରାଜ୍ୟରେ ଐଗଚଠର ମୁକାବିଲା ପାଇଁ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ।