ଆରମ୍ଭ ହେଲା ହେଲ୍‌ଥ କନକ୍ଲେଭ ।  ସ୍ୱାସ୍ଥ୍ୟ ସମସ୍ୟା ଓ ଏହାର ଉପଶମ ନେଇ ପରାମର୍ଶ ଦେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ।

Advertisment

ସଚେତନତା ଅଭାବରୁ ଆମେ ଅନେକ ସମୟରେ ସ୍ୱାସ୍ଥ୍ୟକୁ ଅବହେଳା କରୁ । ଆଉ ରୋଗ ଚିହ୍ନିଲା ବେଳକୁ ଚିକିତ୍ସା କଷ୍ଟକର ହୋଇପଡ଼େ ।

ସଚେତନତା ଅଭାବରୁ ଆମେ ଅନେକ ସମୟରେ ସ୍ୱାସ୍ଥ୍ୟକୁ ଅବହେଳା କରୁ । ଆଉ ରୋଗ ଚିହ୍ନିଲା ବେଳକୁ ଚିକିତ୍ସା କଷ୍ଟକର ହୋଇପଡ଼େ ।

GcgSN1AaMAEk4sy

କନକ ବ୍ୟୁରୋ: କନକ ନ୍ୟୁଜ୍ ଆନୁକୁଲ୍ୟରେ ଆଜି ଆରମ୍ଭ ହୋଇ ଯାଇଛି ହେଲ୍‌ଥ କନକ୍ଲେଭ  । ସଚେତନତା ଅଭାବରୁ ଆମେ ଅନେକ ସମୟରେ ସ୍ୱାସ୍ଥ୍ୟକୁ ଅବହେଳା କରୁ । ଆଉ ରୋଗ ଚିହ୍ନିଲା ବେଳକୁ ଚିକିତ୍ସା କଷ୍ଟକର ହୋଇପଡ଼େ । ତେଣୁ ସାଧାରଣ ଲୋକଙ୍କଠାରେ ଦେଖାଯାଉଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ସଚେତନ କରାଇବାର ଦାୟିତ୍ୱ ତୁଲାଇ ଆସୁଛି କନକ ନ୍ୟୁଜ । ପ୍ରତିବର୍ଷ ସ୍ୱାସ୍ଥ୍ୟ ସମ୍ବାଦ ଓ କନକ ନ୍ୟୁଜର ମିଳିତ ପ୍ରୟାସରେ ଆୟୋଜନ ହେଉଛି ହେଲ୍‌ଥ କନକ୍ଲେଭ ।

ଆଜି(ଶନିବାର) ସନ୍ଧ୍ୟାରେ ରାଜ୍ୟର ବଛାବଛା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ସ୍ୱସ୍ତି ପ୍ରମିୟମରେ ଆରମ୍ଭ ହୋଇଛି ‘ଦି ହେଲ୍‌ଥ କନକ୍ଲେଭ-୨୦୨୪’  । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏହି ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । କାର୍ଯ୍ୟକ୍ରମରେ ଯୋଗ ଦେବାପରେ ମୁଖ୍ୟ ଅତିଥିଗଣଙ୍କୁ ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ପାଛୋଟି ନେଇଥିଲେ । ଏହାପରେ ବିଧିବଦ୍ଧ ଭାବରେ କାର୍ୟ୍ୟକ୍ରମର ଶୁଭାରମ୍ଭ ହୋଇଛି । ମୋଟ ୫ଟି ସେସନରେ ରାଜ୍ୟର ପ୍ରତିଷ୍ଠିତ ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ଦୈନନ୍ଦିନ ଜୀବନରେ ଦେଖାଯାଉଥିବା ସ୍ୱାସ୍ଥ୍ୟ ସମସ୍ୟା ଓ ଏହାର ଉପଶମ ନେଇ ପରାମର୍ଶ ଦେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe