କନକ ବ୍ୟୁରୋ: ଟ୍ରାଫିକ ପୁଲିସ ଭୋଗୁଛନ୍ତି ସ୍ୱାସ୍ଥ୍ୟ ସମସ୍ୟା । ଆଇସିଏମଆର ରିପୋର୍ଟରେ ଖୁଲାସା ପରେ ବଢିଲା ଚର୍ଚ୍ଚା । ଅଂଶୁଘାତ, ମାନସିକ ରୋଗ, ଫୁସଫୁସ କର୍କଟ ପରି ରୋଗ ହେବାର ଆଶଂକା ଥିବା ଗବେଷଣାରୁ ସ୍ପଷ୍ଟ ହୋଇଛି । ୪୫ ଡିଗ୍ରୀ ଖରାରେ ଛିଡା ହେଉଥିବାରୁ ଅଂଶୁଘାତ ହୋଇପାରେ । ରାସ୍ତାଘାଟ ସମସ୍ୟା ଥିବାରୁ ଯାତ୍ରୀ ଘଣ୍ଟା ଘଣ୍ଟା ରାସ୍ତାରେ ଛିଡା ହେଉଥିବାରୁ ଯାତ୍ରୀଙ୍କ ଚାପ ଟ୍ରାଫିକ ପୁଲିସ ଉପରେ ପଡୁଥିବାରୁ ମାନସିକ ରୋଗ ହେବାର ସମ୍ଭାବନା ରହିଛି । ଏହା ସହ ଧୂଳି ଓ ଦୂଷିତ ବାୟୁମଣ୍ଡଳ ପାଇଁ ଫୁସଫୁସ କର୍କଟ ହେବାର ସମ୍ଭାବନା ଅଧିକ ବୋଲି ଆଇସିଏମଆର ରିପୋର୍ଟରେ କୁହାଯାଇଛି । 

Advertisment

ସୁନ୍ଦରଗଡ, ରାଉରକେଲା ଓ ସମ୍ବଲପୁର ଜିଲ୍ଲାରେ ଟ୍ରାଫିକ ପୁଲିସଙ୍କ ସହ ଆଲୋଚନା କରି ଏହି ରିପୋର୍ଟ ତିଆରି କରିଛନ୍ତି ଡାକ୍ତର ଅର୍ଚ୍ଚନା ବାରିକ । ଏହି ଅଧ୍ୟୟନ ପାଇଁ ଡାକ୍ତର ଅର୍ଚ୍ଚନା କିଛି ଦିନ ହେବ ସମ୍ବଲପୁରରେ ରହୁଛନ୍ତି । ତେବେ ଅନ୍ତିମ ରିପୋର୍ଟ ସେ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପ୍ରଦାନ କରିବେ ।