ନର୍ସିଂ ସଂଘର ଆନ୍ଦୋଳନ ଯୋଗୁଁ ବିଗିଡି ଯାଇଛି ସ୍ୱାସ୍ଥ୍ୟସେବା: ରାୟଗଡ଼ା ଡାକ୍ତରଖାନାରେ ଜଣେ ରୋଗୀଙ୍କୁ ସାଲାଇନ ଦେବା ପାଇଁ ଲାଗିଛନ୍ତି ୫ରୁ ୬ ନର୍ସିଂ ଛାତ୍ରୀ

Advertisment

ନର୍ସଙ୍କ ଆନ୍ଦୋଳନ ଯୋଗୁଁ ବାଧାପ୍ରାପ୍ତ ହୋଇଛି ରୋଗୀ ସେବା। ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ରୋଗୀ ଆସୁଛନ୍ତି। ଡାକ୍ତର ଦେଖି ଔଷଧ ଓ ଇଂଜେକସନ୍ ଲେଖୁଛନ୍ତି।

ନର୍ସଙ୍କ ଆନ୍ଦୋଳନ ଯୋଗୁଁ ବାଧାପ୍ରାପ୍ତ ହୋଇଛି ରୋଗୀ ସେବା। ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ରୋଗୀ ଆସୁଛନ୍ତି। ଡାକ୍ତର ଦେଖି ଔଷଧ ଓ ଇଂଜେକସନ୍ ଲେଖୁଛନ୍ତି।

DWDW

କନକ ବ୍ୟୁରୋ: ନର୍ସଙ୍କ ଆନ୍ଦୋଳନ ଯୋଗୁଁ ବାଧାପ୍ରାପ୍ତ ହୋଇଛି ରୋଗୀ ସେବା। ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ରୋଗୀ ଆସୁଛନ୍ତି। ଡାକ୍ତର ଦେଖି ଔଷଧ ଓ ଇଂଜେକସନ୍ ଲେଖୁଛନ୍ତି। କିନ୍ତୁ ଷ୍ଟାଫ୍ ନର୍ସ ନଥିବାରୁ ସାଲାଇନ ଓ ଇଞ୍ଜେକ୍ସନ ଦେବାରେ ବିଳମ୍ବ ହେଉଛି। ନର୍ସିଂ ଅଫିସରମାନେ କାର୍ୟ୍ୟବନ୍ଦ ଆନ୍ଦୋଳନରେ ଥିବାରୁ ସ୍ୱାସ୍ଥ୍ୟ ସେବାରେ ଯେପରି ବ୍ୟାଘତ ନହୁଏ ସେଥିପ୍ରତିନ ଧ୍ୟାନ ଦେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ନର୍ସିଂ ଛାତ୍ରଛାତ୍ରୀଙ୍କୁ କାର୍ୟ୍ୟରେ ନିୟୋଜିତ କରିଛନ୍ତି। ହେଲେ ନର୍ସିଂ ଅଫିସରଙ୍କି ଭଳି ଏମାନେ କାର୍ୟ୍ୟ ଜାଣିନଥିବାରୁ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ଅସୁବିଧାରେ ପଡ଼ିଛନ୍ତି। ବିଶେଷ କରି ଜଣେ ରୋଗୀଙ୍କ ନିକଟରେ ୫ରୁ ୬ ଜଣ ଟ୍ରେନି ନର୍ସ ଭିଡ ଜମାଉଛନ୍ତି। ଘଂଟାଘଂଟା ଧରି ରୋଗୀଙ୍କ ନିକଟରେ ଭିଡ ଜମାଇବା ପରେ ସଫଳ ହେଉନଥିବା ଜଣାପଡ଼ିଛି। ରୋଗୀଙ୍କୁ ସାଲାଇନ କେମିତି ଦିଆଯିବ, ଇଞ୍ଜେକ୍ସନ ଦେବା ଓ ରକ୍ତ ନମୂନା ସଂଗ୍ରହ କରିବାରେ ସଫଳ ହେଉନଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe