କନକ ବ୍ୟୁରୋ : ବଦଳିବ ହେଲ୍ଥ କାର୍ଡ ଲୋଗୋ । ଆୟୁଷ୍ମାନ କାର୍ଡ ଖୁବଶୀଘ୍ର ବଣ୍ଟନ ହେବ । ଏଥିପାଇଁ ପୁରା ପ୍ରକିୟା ଜାରି ରହିଛି। ୩.୫ କୋଟି ଲୋକଙ୍କୁ ଦିଆଯିବ ଏହି କାର୍ଡ। ଏନେଇ ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।
ଏହାସହ ଆଉ ମାଳ ମାଳ ପ୍ରେସକ୍ରିପସନ ଧରିକି ରୋଗୀ ବୁଲିବେ ନାହିଁ । ଗୋଟିଏ ଆକାଉଣ୍ଟରେ ରହିବ ରୋଗୀଙ୍କ ସମସ୍ତ ପୂର୍ବ ଡାଟା । ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନ୍ୟାସନାଲ ଡିଜିଟାଲ ହେଲଥ ମିଶନ । ନ୍ୟାସନାଲ ହେଲଥ ଅଥରିଟି ଅଣ୍ଡରରେ ରହିବ ଏହି କାର୍ଡ । ଏହି କାର୍ଡର ନାମ ରହିବ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ ।
କ୍ୟୁ ଆର କୋଡ୍ ସ୍କାନ କଲେ ପୂର୍ବ ରୋଗ ସମ୍ବନ୍ଧୀୟ ସବୁ ଡାଟା ପାଇହେବ । ନ୍ୟାସନାଲ ଡିଜିଟାଲ ହେଲାଥ ମିଶନ ଅନୁଯାୟୀ ଏହା ପାଇହେବ ।ଜ୍ଝ ଅନଲାଇନରେ ଏହି କାର୍ଡ ପାଇଁ ଆବେଦନ କରିହେବ । ଆୟୁଷ୍ମାନ ଭାରତ ସହିତ ମିଳିବ ଏହି କାର୍ଡ । ଫେବୃଆରୀ ପୂର୍ବରୁ କାର୍ଡ ବାଣ୍ଟିବା ନେଇ ଯୋଜନା କରୁଛନ୍ତି ସରକାର ।