କିଛି ପରିବା ଋତୁ ଜନିତ ହୋଇଥାନ୍ତି । ଯାହା ଏକ ନିର୍ଦ୍ଧିଷ୍ଟ ଋତୁରେ ହିଁ ଖାଇବାକୁ ବି ଭଲ ଲାଗିଥାଏ ଆଉ ଦେହ ପାଇଁ ଭଲ ହୋଇଥାଏ । କିନ୍ତୁ ବର୍ଷସାରା ମିଳୁଥିବା ପରିବା ବି ଦେହ ପାଇଁ ବହୁ ହିତକର ହୋଇଥାନ୍ତି । ଯେଉଁଥିରେ କଞ୍ଚା କଦଳୀ ହେଉଛି ଅନ୍ୟତମ । ବର୍ଷସାରା ମିଳୁଥିବା କଦଳୀ ଅନେକ ଔଷଧୀୟ ଗୁଣରେ ଭରପୁର ହୋଇଥାଏ । ଓଜନ କମାଇବାରୁ ଆରମ୍ଭ କରି ଡାଏବେଟିସ୍ ଏବଂ ଡାଇରିଆ ସମସ୍ୟାକୁ ମଧ୍ୟ କମ୍ କରିବାରେ ରାମବାଣ ଭଳି କାମ କରେ କଞ୍ଚା କଦଳୀ । ତେବେ ଆସନ୍ତୁ କଞ୍ଚାକଦଳୀର ଉପକାରିତା ବିଷୟରେ ଆଜି ଜାଣିବା ।
/kanak/media/media_files/2025/01/15/9RxPPbA5c3lo28CJCRcN.png)
୧- କଞ୍ଚା କଦଳୀରେ ପ୍ରଚୁର ପରିମାଣର ପୋଟାସିୟମ ଥାଏ ଯାହା ଶରୀରରେ ରୋଗ ପ୍ରତିରୋଧକାରୀ କ୍ଷମତାକୁ ବଢାଇବାରେ ସାହାଯ୍ୟ କରେ ।
୨- ଓଜନ ହ୍ରାସ କରିବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କୁ ପ୍ରତିଦିନ ଗୋଟିଏ କଦଳୀ ଖାଇବା ପାଇଁ ଉପଦେଶ ଦିଆଯାଏ । କଞ୍ଚା କଦଳୀରେ ଭରପୁର ମାତ୍ରାରେ ଫାଇବର ଥାଏ, ଯାହା ଅନାବଶ୍ୟକ ମେଦକୁ ଦୂର କରିବାରେ ସାହାଯ୍ୟ କରିଥାଏ ।
/kanak/media/media_files/2025/01/15/XdjJJbKvwG5RoJYYfmNP.jpeg)
୩- କଞ୍ଚା କଦଳୀରେ ଫାଇବର ଓ ସ୍ୱାସ୍ଥ୍ୟକର ଷ୍ଟାର୍ଚ ଥାଏ । ଯଦି ଆପଣ କୋଷ୍ଠକାଠିନ୍ୟ ରୋଗରେ ପୀଡିତ ଅଛନ୍ତି ତେବେ କଞ୍ଚା କଦଳୀ ଖାଇଲେ ଆପଣ ଏହି ସମସ୍ୟାରୁ ରକ୍ଷା ପାଇପାରିବେ ।
୪- ନିୟମିତ ଭାବେ କଞ୍ଚା କଦଳୀ ସେବନ କଲେ ପାଚନ କ୍ରିୟା ମଧ୍ୟ ଭଲ ରହେ ।
୫- ଏହା ବ୍ୟତୀତ କଞ୍ଚା କଦଳୀ ଅନେକ ପ୍ରକାର କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ । କଞ୍ଚା କଦଳୀରେ ମହଜୁଦ କ୍ୟାଲସିୟମ ହାଡକୁ ଶକ୍ତ କରିବାରେ ମଧ୍ୟ ସହାୟକ ହୋଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/01/15/hKUe3g0h1p096Kw3nImd.webp)