କନକ ବ୍ୟୁରୋ : ଚାଉଳ ହେରଫେର ମାମଲାରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟିତ୍ରୀ  ।  ଦେଓଗାଁ ବିଇଓ ତାଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି  ।  ତାଙ୍କ ନାଁରେ ୧୦ କୁଇଣ୍ଟାଲ ଚାଉଳ ହେରଫେର କରିଥିବା ଅଭିଯୋଗ ହୋଇଥିଲା  ।  ବଲାଙ୍ଗୀର ଦେଓଗାଁ କସ୍ତୁରବା ଗାନ୍ଧୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଧା ନସିନୀ  ପାଣିଗ୍ରାହୀ ।

Advertisment

ପିଲାଙ୍କ ପାଇଁ ଆସିଥିବା ଚାଉଳ ହେରଫେର କରିବା ନେଇ ଚର୍ଚ୍ଚା ବଢୁଛି ।  ତଦନ୍ତ ସମୟରେ ୧୦.୮୬ କୁଇଣ୍ଟାଲ୍ ଚାଉଳ କମ ଥିବାରୁ ଶିକ୍ଷୟିତ୍ରୀଙ୍କୁ ପଚରାଯାଇଥିଲା  ।  ହେଲେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ । ଯାହାକି ତଦନ୍ତକାରୀ ରିପୋର୍ଟରେ ଦର୍ଶାଇ ଥିଲେ । ଏହି ରିପୋର୍ଟକୁ ଆଧାର କରି ଦେଓଗାଁ ବିଇଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଛନ୍ତି । ଏନେଇ ତଦନ୍ତ କରିଥିବା ରିପୋର୍ଟ ଅନୁଯାୟୀ  ଚାଉଳ ହେରଫେର ପ୍ରମାଣ ମିଳିବା ପରେ ବିଇଓଙ୍କୁ ରିପୋର୍ଟ ଦିଆଇଯାଇଛି  । ପରେ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି ।