କନକ ବ୍ୟୁରୋ : ରାଜଧାନୀ ଛାତି ଉପରେ ଘଟିଛି ଭୟଙ୍କର ଘଟଣା । ରାଜରାସ୍ତା ଉପରେ ପଡିଛି ମୁଣ୍ଡବିହୀନ ମୃତଦେହ । ରସୁଲଗଡ ନିକଟ ଓଭର ବ୍ରିଜ୍ ପାଖରେ ପଡିଛି ମୁଣ୍ଡବିହୀନ ମୃତଦେହ । ଶରୀରରେ ରହିଛି ଗଭୀର କ୍ଷତ ଓ ଆଘାତ । ଖଣ୍ଡାରେ ହାଣିଲା ପରି ଗଭୀର କ୍ଷତ ହାତ ଏବଂ ଶରୀରରେ ରହିଛି । ମୃତ ବ୍ୟକ୍ତି ଜଣଙ୍କର ପରିଚୟ ମିଳିପାରିନି । ତେବେ ଏହା ଦୁର୍ଘଟଣା ନା ହତ୍ୟା ସନ୍ଦେହ ବଢିଛି ।
ସକାଳୁ ସକାଳୁ ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଦେଇଛି । ରାସ୍ତା ଉପରେ ମୁଣ୍ଡବିହୀନ ମୃତଦେହ ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି । ମୃତ ଯୁବକଙ୍କ ମୁଣ୍ଡକୁ କୌଣସି ଧାରୁଆ ଅସ୍ତ୍ରରେ କଟାଯାଇଥିବା ଭଳି ଲାଗୁଛି । ଘଟଣାସ୍ଥଳରେ ସ୍କୁଟି ଏବଂ ହେଲମେଟ୍ ପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଛାନଭୀନ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/08/EjUcvcjqxUazbKjAQwEN.jpg)