କନକବ୍ୟୁରୋ : ଗଶେଶ ଭସାଣି ଉତ୍ସବ ବେଳେ ଦୁଇଟି ଗରଁର ଯୁବକଙ୍କ ମଧ୍ୟରେ ସଂଘର୍ଷ, ଆଉ ଏଥିରେ ଜଣଙ୍କ ଜୀବନ ଯାଇଛି । ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତର କରଡ଼ାପଲ୍ଲୀ ଏବଂ ପାଥପୁର ଗ୍ରାମରେ ଗଣେଶ ଭଷାଣି ଉତ୍ସବ ସମୟରେ ଦୁଇ ଗ୍ରାମର ଯୁବକଙ୍କ ମଧ୍ୟରେ ସଂଘର୍ଷ ଘଟିଛି ।  ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି ।   ରବିବାର ରାତି ପ୍ରାୟ ୧୦ଟା ସମୟରେ ପାଥପୁର ଏବଂ କରଡ଼ାପଲ୍ଲୀ ଗ୍ରାମରେ ଗଣେଶ ଠାକୁରଙ୍କ ଭଷାଣି ପର୍ବ ଅନୁଷ୍ଠିତ ହେଉଥିଲା । 

Advertisment

କେଉଁ ଠାକୁର ଆଗରେ ଯିବେ ତାକୁନେଇ ଉତ୍ତେଜନା ଦେଖାଦେଇଥିଲା ।  କରଡ଼ାପଲ୍ଲୀ ଗ୍ରାମ ଠାକୁରଙ୍କ ଡିଜେ ବାଜାର ଅତ୍ୟଧିକ ସାଉଣ୍ଡ ନେଇ ପାଥପୁର ଗ୍ରାମର କିଛି ଯୁବକ ବାରଣ କରିଥିଲେ। ଫଳରେ ଦୁଇ ଗ୍ରାମର ଯୁବକଙ୍କ ମଧ୍ୟରେ ଉତେଜନା ଦେଖାଦେଇଥିଲା ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା   

। କରଡ଼ାପଲ୍ଲୀ ଗ୍ରାମର ରଶ୍ମିରଂଜନ ସ୍ବାଇଁଙ୍କ ଉପରେ ଆକ୍ରମଣ ବେଳେ ତାଙ୍କ ବାପା ହରିହର ସ୍ୱାଇଁ ଛଡାଇବାକୁ ଆସିଥିବାବେଳେ ଆସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ଓ ତଳେପଡି ମୃତ୍ୟୁବରଣ କରିଥିଲେ ।  ଗ୍ରାମର କିଛି ଲୋକେ ତାଙ୍କୁ ଭାପୁର ମେଡିକାଲକୁ ଆଣିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଫତେଗଡ଼ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି ।  କରଡ଼ାପଲ୍ଲୀ ଏବଂ ପାଥପୁର ଗ୍ରାମରେ ପୁଲିସ୍ ପଇଁତରା ମାରିବା ସହ ତଦନ୍ତ ଚଳାଇଛି। ଦୁଇ ଗ୍ରାମରେ ଏବେ ଚାପା ଉତେଜନା ଲାଗିରହିଛି ।