କନକ ବ୍ୟୁରୋ : ମାଲକାନଗିରି ରେଙ୍ଗାବନ୍ଧ ଜଙ୍ଗଲରୁ ଯୁବତୀଙ୍କ କଙ୍କାଳ ମିଳିବା ଘଟଣାର ପର୍ଦ୍ଦାଫାସ । ଛତିଶଗଡରୁ ଆସି ଓଡିଶାରେ ଗର୍ଭବତୀ ପ୍ରେମିକାଙ୍କୁ ହତ୍ୟା କରି ଚାଲି ଯାଇଥିଲା କଲେଜ ପଢୁଥିବା ଯୁବକ । ଉମେଶ ନାଗ ନାମକ ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ର ମଙ୍ଗଳା ଦେଇ ନାଗଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ୨୫ ବର୍ଷୀୟା ମଙ୍ଗଳା ଦେଇ ୬ ମାସର ଗର୍ଭବତୀ ଥିବା ବେଳେ ଗତ ମାର୍ଚ୍ଚ ୨୦ ତାରିଖରେ ଗର୍ଭପାତ ପାଇଁ ଉଭୟ ମାଲକାନଗିରି ଆସିଥିଲେ । 

Advertisment

ତେବେ ଗର୍ଭପାତ କରାଇବାରେ ବିଫଳ ହୋଇଥିବାରୁ ଫେରିବା ବାଟରେ ଗର୍ଭବତୀ ପ୍ରେମିକାଙ୍କ ମୁଣ୍ଡ ପଥରରେ ବାଡେଇ ଅତି ନିର୍ମମ ଭାବେ ହତ୍ୟା କରିଥିଲା ପ୍ରେମିକ ଉମେଶ ନାଗ । ହତ୍ୟାର ପ୍ରାୟ ୨୨ ଦିନ ପରେ ରେଙ୍ଗାବନ୍ଧ ଜଙ୍ଗଲରୁ ଯୁବତୀଙ୍କ କଙ୍କାଳ ଠାବ ହୋଇ ଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ମାଲକାନଗିରି ଥାନା ପୁଲିସ । ଛତିଶଗଡ ସୁକୁମା ପୁଲିସର ମିସିଙ୍ଗ ରିପୋର୍ଟ ଓ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତଥ୍ୟ ଆଧାରରେ ମାଲକାନଗିରି ପୁଲିସ ପ୍ରେମିକ ଉମେଶ ନାଗଙ୍କୁ ସୁକୁମା ପୋଣ୍ଡୁମ ଗାଁରୁ ଗିରଫ କରି କୋର୍ଟ ଚାଲାଣ କରିଛି ।