ନିଖୋଜ ନାବାଳକର ମିଳିଲା ମୃତଦେହ : ଅଭିଯୁକ୍ତର ଘର ଭାଙ୍ଗିଲେ ଗ୍ରାମବାସୀ

ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ୟକ୍ତ ଗ୍ରାମବାସୀ । ଡେଲାଙ୍ଗର ନାବାଳକ ଆଶୀର୍ବାଦ ସାହୁର ହତ୍ୟାକୁ ନେଇ ତାତିଲେ ଗ୍ରାମବାସୀ । ନିଖୋଜ ହେବାର ୭ ଦିନ ପରେ ନାବାଳକର ମୃତ ଦେହ ମିଳିବାପରେ ରାଗିଛନ୍ତି ଗ୍ରାମବାସୀ ।

crime murder

Photograph: (KanakNews )

କନକ ବ୍ୟୁରୋ : ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଗ୍ରାମବାସୀ । ଡେଲାଙ୍ଗର ନାବାଳକ ଆଶୀର୍ବାଦ ସାହୁର ହତ୍ୟାକୁ ନେଇ ତାତିଲେ ଗ୍ରାମବାସୀ । ନିଖୋଜ ହେବାର ୭ ଦିନ ପରେ ନାବାଳକର ମୃତଦେହ ମିଳିବାପରେ ରାଗିଛନ୍ତି ଗ୍ରାମବାସୀ । ଡେଲାଙ୍ଗ ଥାନା ରତନପୁର ଗାଁର ଜଣେ ବ୍ୟକ୍ତିଙ୍କ ଘର ପାଇଖାନା ଟାଙ୍କିରୁ ମିଳିଛି ଆଶୀର୍ବାଦର ମୃତଦେହ । ପୁଲିସ ସନ୍ଦେହରେ ରତନପୁର ଗାଁର ବାପି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି । ଆଉ ଏପଟେ ଗ୍ରାମବାସୀ ରାଗିଯାଇ ବାପି ସାହୁର ଘର ଭାଙ୍ଗିଛନ୍ତି । ପଚରାଉଚରା ପରେ ଅଭିଯୁକ୍ତ ସବୁ ସତ କଥା ପୁଲିସ ଆଗରେ ମାନିଯାଇଥିବା ସୂଚନା ମିଳିଛି । 

୧୧ ବର୍ଷୀୟ ନାବାଳକ ଆଶୀର୍ବାଦ ସାହୁ ନିଖୋଜ ପରଠୁ ସନ୍ଧାନୀ କୁକୁର ଛାନଭିନ୍ ଚଳାଇଥିଲା । ଦୁଇ-ତିନିଥର ସନ୍ଧାନୀ କୁକୁର ବାପି ସାହୁଙ୍କ ଘରକୁ ଯାଇଥିବାରୁ ପୁଲିସର ସନ୍ଦେହ ଘନୀଭୂତ ହୋଇଥିଲା । ପରେ ପଚରାଉଚରା କରିବାରୁ ସତ ସାମ୍ନାକୁ ଆସିଛି । ଅନ୍ୟପଟେ ଯାଜପୁର ଜିଲ୍ଲାର ପିହୁ ୫ ବର୍ଷ ହେଲା ନିଖୋଜ ଥିଲେ ବି ତାର ପତ୍ତା ପାଉନି ପୁଲିସ । କେବଳ ପିହୁ ନୁହେଁ, ୨୦୨୦ରୁ ୨୦୨୪ ଭିତରେ ପିହୁ ଭଳି ହଜାର ହଜାର ପିଲା ନିଖୋଜ ଅଛନ୍ତି । ସେମାନଙ୍କ ପରିବାର ଆଜି ବି ପିଲାର ଫେରିବା ବାଟକୁ ଚାହିଁ ବସିଛନ୍ତି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ତଥ୍ୟ ଅନୁସାରେ, ୨୦୨୦ରୁ ୨୪ ଭିତରେ ନିଖୋଜ ଥିବା ୮ ହଜାର ୪୦୩ ପିଲାଙ୍କର ପତ୍ତା ମିଳୁନି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe