କନକ ବ୍ୟୁରୋ; ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ତହୱୁର ରାଣା ଆସିବା ପରେ ପାକିସ୍ତାନର ନିଦ ହଜିଛି। କାରଣ ଏହି ଆତଙ୍କବାଦୀ ମଧ୍ୟ ପାକିସ୍ତାନର ବାସିନ୍ଦା ଥିଲା, ଯିଏ ପରେ କାନାଡାର ନାଗରିକତା ଗ୍ରହଣ କରିଥିଲା। ଆତଙ୍କୀସ୍ଥାନରୁ ଉଭା ହୋଇଥିବା ତହୱୁର ରାଣାଙ୍କୁ ଭାରତ ଆମେରିକାରୁ ଟାଣି ଆଣିଛି, ଯାହା ପାକିସ୍ତାନ ପାଇଁ ଏକ ବଡ଼ ଅପମାନ। ତେଣୁ, ଏବେ ପାକିସ୍ତାନରୁ ଭିନ୍ନ ଭିନ୍ନ ସ୍ୱର ଆସୁଛି । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ତହୱୁର ରାଣାଙ୍କୁ କାନାଡିଆନ ନାଗରିକ କହି ଏହି ମାମଲାରୁ ନିଜକୁ ଦୂରେଇ ରଖିଛି ।
ଦିଲ୍ଲୀରେ କାର୍ଯ୍ୟ କରିଥିବା ପୂର୍ବତନ ପାକିସ୍ତାନ ହାଇକମିଶନର ଅବଦୁଲ ବାସିତ କହିଛନ୍ତି, ଭାରତ ଅଜମଲ କସାବକୁ ବହୁତ ଶୀଘ୍ର ଫାଶୀ ଦେଇଥିଲା କାରଣ ଏହାର ଲକ୍ଷ୍ୟ ଥିଲା ପ୍ରମାଣ ନଷ୍ଟ କରିବା। ପୂର୍ବତନ ପାକିସ୍ତାନୀ ହାଇକମିଶନର ଅବଦୁଲ ବାସିତ ପୁଣି ଥରେ ସେହି କାନ୍ଦଣା କାନ୍ଦୁଛନ୍ତି ଯାହା ପାକିସ୍ତାନ ବର୍ଷ ବର୍ଷ ଧରି କାନ୍ଦି ଆସୁଛି। ଅବଦୁଲ ବାସିତ କହିଛନ୍ତି ,ମୁମ୍ବାଇ ଆକ୍ରମଣର ବିଚାର ପାକିସ୍ତାନରେ ମଧ୍ୟ ଚାଲିଛି। ଯେତେବେଳେ ଭାରତ ଆମକୁ ତାର ଅଭିଯୁକ୍ତଙ୍କୁ ହସ୍ତାନ୍ତର କରିବାକୁ କହୁଛି । ୨୬/୧୧ ଘଟଣାରେ ପ୍ରମାଣ ପରେ ପ୍ରମାଣ ଭାରତ ପାକିସ୍ତାନକୁ ପ୍ରଦାନ କରୁଥାଏ ହେଲେ ପାକିସ୍ତାନ କୌଣସି ପ୍ରମାଣ ମାନିବାକୁ ପ୍ରସ୍ତୁତ ନଥାଏ ଆଉ ଏବେ ଏହି ରାଷ୍ଟ୍ରଦୂତଙ୍କ ପ୍ରମାଣ କଥା ମନେ ପଡିଛି । ଆତଙ୍କୀଙ୍କ ଉପରେ ପାକିସ୍ତାନ ଖାଲି ବିଚାର କରେ କିନ୍ତୁ କାର୍ଯ୍ୟାନୁଷ୍ଠାନ ନେବାକୁ ଡରେ ବୋଧ ହୁଏ ଅବଦୁଲ ବାସିତ ଭୁଲିଯାଉଛନ୍ତି ପାକିସ୍ତାନ ସରକାରଙ୍କୁ ହାର୍ଡକୋର ଆତଙ୍କବାଦୀ ହିଁ ଚଲାନ୍ତି ।
୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହୱୁର ହୁସେନ ରାଣାଙ୍କୁ ଆମେରିକାରୁ ଭାରତ ଆଣିବା ଏବଂ ତାଙ୍କୁ ଦଣ୍ଡ ଦେବା ଏକ ବଡ଼ ଏବଂ ଅତ୍ୟନ୍ତ ସମ୍ବେଦନଶୀଳ ମିଶନ। ଏହି ଦାୟିତ୍ୱ ନିର୍ବାହ କରିବା ପାଇଁ, ସରକାର ଦେଶର ତିନି ଜଣ ସବୁଠାରୁ ବିଶ୍ୱସ୍ତ ଅଧିକାରୀ ଏବଂ ଓକିଲଙ୍କୁ ଚୟନ କରିଛନ୍ତି। ଏହି ଅଧିକାରୀମାନେ ହେଉଛନ୍ତି ଆଶିଷ ବାତ୍ରା, ଜୟା ରାୟ ଏବଂ ଦୟାନ କ୍ରିଷ୍ଣନ୍ । ଏହି ତିନି ଜଣ ଅଧିକାରୀଙ୍କୁ ସେମାନଙ୍କ ନିଜ ନିଜ କ୍ଷେତ୍ରରେ ବିଶେଷଜ୍ଞ ବୋଲି ବିବେଚନା କରାଯାଏ ଏବଂ ଏହି ହାଇ-ପ୍ରୋଫାଇଲ୍ ମାମଲାକୁ ଏକ ନିଷ୍କର୍ଷରେ ପହଞ୍ଚାଇବାରେ ସେମାନଙ୍କର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆଶିଷ ବାତ୍ରା ୧୯୯୭ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଏବଂ ବର୍ତ୍ତମାନ ଏନ୍ଆଇଏ (ଜାତୀୟ ତଦନ୍ତ ସଂସ୍ଥା)ରେ ଇନ୍ସପେକ୍ଟର ଜେନେରାଲ (ଆଇଜି) ଭାବରେ ନିଯୁକ୍ତ ଅଛନ୍ତି। ସେ ୨୦୧୯ରେ ଏନଆଇରେ ଯୋଗ ଦେଇଥିଲେ । ଜୟା ରାୟ ୨୦୧୧ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଏବଂ ବର୍ତ୍ତମାନ ଏନ୍ଆଇରେ ଡେପୁଟି ଇନ୍ସପେକ୍ଟର ଜେନେରାଲ ଭାବରେ ନିଯୁକ୍ତ ଅଛନ୍ତି । ଯଦି ତହୱୁର ରାଣାଙ୍କୁ ଆମେରିକାରୁ ଭାରତ ଆଣିବା ଏକ ଆଇନଗତ ଲଢ଼େଇ, ତେବେ ଏହାର ସବୁଠାରୁ ବଡ଼ ଯୋଦ୍ଧା ହେଉଛନ୍ତି ଦୟନ କୃଷ୍ଣନ ।
ସେ ଦେଶର ଜଣେ ଜଣାଶୁଣା ଫୌଜଦାରୀ ଓକିଲ ଏବଂ ତହବୁର ରାଣା ପ୍ରତ୍ୟର୍ପଣ ମାମଲାରେ ଭାରତ ପକ୍ଷରୁ ମୁଖ୍ୟ ପବ୍ଲିକ ପ୍ରସିକ୍ୟୁଟର ଭାବରେ କାର୍ଯ୍ୟ କରୁଛନ୍ତି । ଦୟାନ କୃଷ୍ଣନ୍ ଆମେରିକା କୋର୍ଟରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ଏବଂ ଏବେ ଦିଲ୍ଲୀରେ ରାଣା ଏବଂ ଡେଭିଡ୍ ହେଡଲି ଭଳି ଅଭିଯୁକ୍ତଙ୍କ ବିରୋଧରେ ମାମଲା ଲଢ଼ିବେଆତଙ୍କୀ ତହବୁରକୁ ଭାରତକୁ ଆଣିବା କେନ୍ଦ୍ର ସରକାରଙ୍କ ଏକ ବଡ ସଫଳତା । ଏଥିସହ ଆମେରିକା ଓ ଭାରତ କୁଟନୀତି ସର୍ମ୍ପକର ଏକ ବଡ ବିଜୟ ମଧ୍ୟ ।ଏହା ଭିତରେ ଭାଇରାଲ ହେଉଛି ମୋଦୀଙ୍କ ୧୪ବର୍ଷ ପୁରୁଣା ସୋସିଆଲ ମିଡିଆ ପୋଷ୍ଟ । ପୋଷ୍ଟ କରି ତତକାଳୀନ ୟୁପିଏ ସରକାରଙ୍କୁ ଭର୍ତ୍ସନା କରିଥିଲେ । କାରଣ ଆତଙ୍କୀ ଆକ୍ରମଣ ଘଟଣାରେ ତହବୁରର ପ୍ରତ୍ୟର୍ପଣକୁ ଖାରଜ କରିଥିଲା ଆମେରିକା ।