ସାପ ଦେଖାଇ ଅପହରଣ ଘଟଣାରେ ଗଞ୍ଜାମ ଏସ୍‌ପିଙ୍କ ବଡ଼ ସୂଚନା; ୨ କୋଟି ନଦେଲେ ନାଗ ଚୋଟ ଦେବାକୁ ଦେଇଥିଲେ ଧମକ

Advertisment

ଗଞ୍ଜାମ ଚିକିଟି ଅପହରଣ ଘଟଣାରେ ଖୋଲୁଛି ଗୁମର । ୨କୋଟି ଟଙ୍କା ମାଗିଥିଲେ ଦୁର୍ବୃତ୍ତ। ଦିଲ୍ଲୀରୁ ଆସିଥିବା ଏକ ଫାଇନାନ୍ସ ସଂସ୍ଥାର ୪ କର୍ମଚାରୀଙ୍କୁ ଧରି ଟଙ୍କା ମାଗିଥିଲେ । ୨ କୋଟି ଟଙ୍କା ନଦେଲେ ନାଗ ସାପ ଚୋଟରେ ମାରିଦେବାକୁ ଧମକ ଦେଇଥିଲେ । ଅଭିଯୋଗ ପରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଅଟକ ରଛି ପଚରାଉଚରା କରୁଛି ।

48ାପ

Photograph: (kanaknews)

କନକ ବ୍ୟୁରୋ: ଗଞ୍ଜାମ ଚିକିଟି ଅପହରଣ ଘଟଣାରେ ଖୋଲୁଛି ଗୁମର । ୨କୋଟି ଟଙ୍କା ମାଗିଥିଲେ ଦୁର୍ବୃତ୍ତ। ଦିଲ୍ଲୀରୁ ଆସିଥିବା ଏକ ଫାଇନାନ୍ସ ସଂସ୍ଥାର ୪ କର୍ମଚାରୀଙ୍କୁ ଧରି ଟଙ୍କା ମାଗିଥିଲେ । ୨ କୋଟି ଟଙ୍କା ନଦେଲେ ନାଗ ସାପ ଚୋଟରେ ମାରିଦେବାକୁ ଧମକ ଦେଇଥିଲେ । ଅଭିଯୋଗ ପରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଅଟକ ରଛି ପଚରାଉଚରା କରୁଛି । ଘଟଣାରେ ୪ରୁ ୫ ଜଣଙ୍କ ସମ୍ପୃକ୍ତି ଥିବା ନେଇ ଗଞ୍ଜାମ ଏସପି କହିଛନ୍ତି । ଗଞ୍ଜାମ ଚିକିଟି ଅଂଚଳରେ ଏହି ହାଇଭୋଲଟେଜ ଅପହରଣ ଘଟଣା ଘଟିଛି । ଦିଲ୍ଲୀର ଜଣେ ଫାଇନାନ୍ସ କର୍ମଚାରୀ ଓ କଟକର ୩ ଜଣ ସହଯୋଗୀଙ୍କୁ ସାପ ଦେଖାଇ ଅପହରଣ କରିଥିଲେ ଦୁର୍ବୃତ୍ତ। ଦୁଇ କୋଟି ଟଙ୍କା ନଦେଲେ ସମସ୍ତଙ୍କୁ ବନ୍ଧକଙ୍କୁ ନାଗ ସାପ ଚୋଟରେ ଜୀବନ ନେଇଯିବେ ବୋଲି ଧମକ ଚମକ ଦେଉଥିଲେ। ଗୋଳନ୍ଥରା ଥାନା ଅଞ୍ଚଳରୁ ଅପହରଣ ପରେ ଚିକିଟି ଗଡ଼ରେ ଅଟକ ରଖି ଅତ୍ୟାଚାର କରୁଥିଲେ। ହେଲେ କୌଣସି ମତେ ଜଣେ ଅପହରଣକାରୀଙ୍କ କବଳରୁ ଖସି ଆସି ଚିକିଟି ତହସିଲ ଅଫିସରେ ପହଞ୍ଚି ଉଦ୍ଧାର ପାଇଁ ନେହୁରା ହୋଇଥିଲେ। ଏନେଇ ପୋଲିସ ଖବର ପାଇବା ପରେ ଅଟକ ୩ ଜଣଙ୍କୁ ଦୁର୍ବୃତ୍ତଙ୍କ କବଳରୁ ଉଦ୍ଧାର କରିଛି। ପୋଲିସ ପହଞ୍ଚିବା ପର୍ବରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ପରେ ପୁଲିସ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe