କନକ ବ୍ୟୁରୋ: ଭାରତ ନେଲା ସବୁ ବଦଲା । ଏସିଆ କପ୍ ହାରିବା ପରେ ପାକିସ୍ତାନ ଯେଉଁଭଳି ବେଜିତ୍ ହୋଇଛି, ବୋଧହୁଏ କ୍ରିକେଟ ଇତିହାସରେ ଏମିତି ପରିହାସର ଶିକାର କେବେ କେହି ହୋଇନଥିବେ । ଏସିଆ କପରେ ଭାରତ ପାକିସ୍ତାନକୁ ପରାଜିତ କରିବା ପରେ ପ୍ରାଇଜ ସେରିମନିରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଯେଉଁଠି ପାକିସ୍ତାନ ଖେଳାଳିଙ୍କଠାରୁ ଆରମ୍ଭ କରି ଏସିସି ଅଧ୍ୟକ୍ଷ ମୋହସିନ ନକଭି ବି ବେଜିତ ହୋଇଥିଲେ । କାରଣ ଯେତେବେଳେ ବିଜୟୀ ଟିମକୁ ଟ୍ରଫି ଦେବା ପାଇଁ ନକଭି ଅପେକ୍ଷା କରିଥିଲେ । ସେତେବେଳେ ଭାରତୀୟ ଖେଳାଳି ମୈଦାନରେ ମଉଜ କରୁଥିଲେ । କାରଣ ଭାରତ କୌଣସି ପାକିସ୍ତାନୀ ହାତରୁ ଟ୍ରଫି ନେବା ପାଇଁ ଚାହୁନଥିଲା ।
ଅପରେସନ ସିନ୍ଦୂରର ପ୍ରଭାବ ଦେଖିବାକୁ କ୍ରିକେଟ ମୈଦାନରେ । ଯେଉଁଠି ପୂରା ପାକିସ୍ତାନ ଟିମକୁ ଅଣଦେଖା କରିଥିଲା ଟିମ୍ ଇଣ୍ଡିଆ । ସବୁଠାରୁ ବଡ଼ କଥା ହେଉଛି ପାକସ୍ତାନ ମନ୍ତ୍ରୀ ତଥା ଏସିସି ଅଧ୍ୟକ୍ଷ ମୋହସିନ ନକଭିଙ୍କୁ ବହୁତ ଅସମ୍ମାନ ହେବାକୁ ପଡ଼ିଛି । ଏ ସେହି ନକଭି ଯିଏ ପହଲଗାମରେ ନରସଂହାର କରିଥିବା ଆତଙ୍କୁ ସମର୍ଥନ କରନ୍ତି, ଏ ସେହି ନକଭି ଯିଏ ସେହି ବୈଠକରେ ସାମିଲ ହୁଅନ୍ତି ଯେଉଁଠି ଭାରତ ବିରୋଧରେ ଷଡ଼ଯନ୍ତ୍ର ହୋଇଥାଏ, ଏ ସେହି ନକଭି ଯିଏ ଭାରତକୁ ଦେଇଥିଲେ ପରମାଣୁ ଆକ୍ରମଣର ଧମକ । ହୁଏତ ତାଙ୍କ ହାତରେ ଏକେ ୪୭ ନଥାଇ ପାରେ ହେଲେ ତାଙ୍କ ଚିନ୍ତାଧାରା ଭାରତକୁ ଧ୍ୱଂସ କରିବାର । ଯେଉଁଠି ହାଫିଜ ସଇଦ, ମସୁଦ ଅଜହର ହାତରେ ହତିଆର ଧରି ଭାରତ ବିରୋଧରେ ହିଂସା ସୃଷ୍ଟି କରନ୍ତି । ସେଠି ନକଭିଙ୍କ ଭଳି ଲୋକ ସେମାନଙ୍କୁ ସଂରକ୍ଷଣ ଦିଅନ୍ତି, ତାଙ୍କୁ ହତିଆର ଦିଅନ୍ତୁ । ଯେତେବେଳେ ଭାରତ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଏ ସେତେବେଳେ ସେ ଭାରତକୁ ଧମକ ଦିଅନ୍ତି । ତେବେ କୁହନ୍ତୁ ତ ଟିମ୍ ଇଣ୍ଡିଆ ନକଭିଙ୍କ ହାତରୁ ଟ୍ରଫି ନନେଇ ଠିକ କରିଛି ନା ଭୁଲ୍ ।
ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀ ଭାରତୀୟଙ୍କୁ ପଚାରି ପଚାରି ଗୁଳି ମାରିଥିଲେ । ଯାହା ପରେ ଭାରତ ପାକିସ୍ତାନରେ ଏୟାରଷ୍ଟ୍ରାଇକ କରି ଅନେକ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଦେଇଥିଲା । ଏହି ଘଟଣା ପରେ ଭାରତ-ପାକିସ୍ତାନ ସମ୍ପର୍କ ପୂରା ଖରାପ ହୋଇଯାଇଥିଲା । ରାଜନୈତିକ ଠାରୁ କୂଟନୈତିକ ସବୁ ସମ୍ପର୍କ ପାରିସ୍ତାନ ସହ ଛିନ୍ନ କରିଥିଲା ଭାରତ । ଯାହାର ପ୍ରଭାବ କ୍ରିକେଟରେ ବି ଦେଖବାକୁ ମିଳିଥିଲା । ଏସିଆ କପରେ ଭାରତ ପାକିସ୍ତାନ ସହ ଖେଳିଥିଲା ସତ । ହେଲେ ମୈଦାନକୁ ନା ପାକିସ୍ତାନ ଖେଳାଳିଙ୍କ ମୁହଁକୁ ଚାହିଥିଲା ନା ହ୍ୟାଣ୍ଡସେକ୍ କରିଥିଲା । ଯାହା ଏକ ବଡ଼ ବିବାଦରେ ପରିଣତ ହୋଇଥିଲା । ଆଉ ଅଭିଯୋଗ ଆଇସିସି ପାଖରେ ପହଞ୍ଚିଥିଲା ।
ସେହିପରି ଭାରତ-ପାକିସ୍ତାନ ଫାଇନାଲରେ ପହଞ୍ଚିଥିଲେ, ଏହି ମ୍ୟାଚରେ ବି ବେଶ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଲିଗ୍ ଆଉ ସୁପର ୪ରେ ଭାରତ ପାକିସ୍ତାନ ଖେଳାଳିଙ୍କୁ ବେଜିତ୍ କରିଥିଲା । ଆଉ ଫାଇନାଲ ଥିଲା ଅସଲ ପ୍ରତିଶୋଧର ସମୟ ଯାହାକୁ ପୂରା କରିଥିଲା ଭାରତ । କାରଣ ବିଜୟୀ ଟିମକୁ ଟ୍ରଫି ଦେବାକୁ ବହୁତ ଇଚ୍ଚୁକ ଥିଲେ ମୋହସିନ୍ ନକଭି । ହେଲେ ଭାରତୀୟ ଟିମ୍ ତାଙ୍କୁ ଯେଉଁଭଳି ବେଜିତ୍ କଲା ତାହା ବେଶ ମଜାଦାର ଥିଲା । ବେଜିତ୍ ହେବାପରେ ଟିମ୍ ଇଣ୍ଡିଆକୁ ଟ୍ରଫି ନଦେଇ ପଡ଼ିଆ ଛାଡ଼ି ଟ୍ରଫି ନେଇ ନକଭି ଚାଲିଯାଇଥିଲେ । ଆଉ ଟିମ୍ ଇଣ୍ଡିଆ ବିନା ଟ୍ରଫିରେ ଜୋରଦାର ସେଲିବ୍ରେସନ କରିଥିଲେ । ଯାହାକୁ ହଜମ କରିପାରୁନାହାନ୍ତି ପାକିସ୍ତାନୀ ।