କନକ ବ୍ୟୁରୋ: କଟକ ଓଏମପି ଷଷ୍ଠ ବାଟାଲିୟନରେ କନେଷ୍ଟବଳଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି । ବନ୍ଦ ଘରୁ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ମୃତକଙ୍କ ନାଁ ତ୍ରିଲୋଚନ ସେଠି ବୋଲି ଜଣାପଡିଛି । ତ୍ରିଲୋଚନ ଯାଜପୁର ବରି ଅଞ୍ଚଳ ହୋଇଥିବା ବେଳେ ସେ ଏସସିବି ମେଡ଼ିକାଲରେ ସେ ଡ୍ୟୁଟି କରୁଥିଲେ ।
ଶୁକ୍ରବାର ଶୁକ୍ରବାର ଡ୍ୟୁଟି ସାରି ଆସିବା ପରେ ନିଜ ରୁମ୍ ରେ ସେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତାଙ୍କର କିଛି ହାତ ଲେଖା ଓ ମୋବାଇଲ ଜବତ କରାଯାଇ ଯାଞ୍ଚ କରାଯାଉଛି । ତେବେ ତ୍ରିଲୋଚନ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାର କାରଣ ଏବେ ବି ଅସ୍ପଷ୍ଟ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/vSlTHJKk08YOynOhASx2.jpg)