କନକବ୍ୟୁରୋ: ବର୍ତ୍ତମାନ ଡିଜିଟାଲ ଯୁଗ ଏହି ସମୟରେ ଆମେ ଡିଜିଟାଲ ବ୍ୟବହାର ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି ଯୁବପିଢୀ ଏହାର ବହୁଳ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି , ସେ ଧନୀ ହେଉ କି ମଧ୍ୟବିତ୍ତ ସମସ୍ତେ ଡିଜିଟାଲ ର ବହୁଳ ବ୍ୟବହାର କରିବା ଦେଖାଯାଉଛି , ଏହାରି ବ୍ୟବହାର ବର୍ତ୍ତମାନ ସହଜ ସରଳ ହୋଇଯାଇଛି ,
କିନ୍ତୁ ବେଳେବେଳେ କିଛି ଛୋଟ ଛୋଟ ଭୁଲ ଦ୍ୱାରା ଆମକୁ ବହୁତ ବଡ ବିପଦର ସମ୍ମୁଖୀନ ହେବାକୁ ପଡେ , ସେହି ସମସ୍ୟା ରେ ପଡିଯିବା ପରେ ଆମେ ଏହାକୁ ବର୍ତ୍ତିବା ପାଇଁ କିଛି ଉପାୟ ଜାଣି ନଥାଉ , କିନ୍ତୁ ପର ମୂହୂର୍ତ୍ତରେ ତାହା ଢେର ସମସ୍ୟା ରେ ଛିଡା ହୋଇଥାଏ ତେବେ ଆପଣ ମଧ୍ୟ ଡିଜଟାଲ ଯୁଗରେ ୟୁପିଆଇର ବହୁଳ ବ୍ୟବହାର କରୁଥିବେ କିନ୍ତୁ ବେଳେ ବେଳେ ଆମର ଛୋଟିଆ ଭୁଲ ଦ୍ୱାରା ଅନ୍ୟତ୍ର ଟଙ୍କା ପଠାଇ ଦେଇଥାଉ ,
କିନ୍ତୁ ସେହି ଟଙ୍କା ଫେରସ୍ତ ପାଇବାର ଉପାୟ ଜାଣିନଥାଉ , ଯାହାଦ୍ୱାରା ଆମେ ସମସ୍ୟାର ସମ୍ମୁଖୀନ ହୋଇଥାଉ , କିନ୍ତୁ ଆପଣ ଜାଣନ୍ତି କି ଆପଣ ଯଦି ଭୁଲ ନମ୍ୱରରେ ଟଙ୍କା ପୈଠ କରିଥାନ୍ତି ତେବେ ଜାଣିରଖନ୍ତୁ ଟଙ୍କା କିପରି ଫେରସ୍ତ ପାଇବେ ତାହାର ସମସ୍ତ ଉପାୟ , ପ୍ରଥମେ ଜାଣିରଖନ୍ତୁ ଫେରସ୍ତ ପାଇବାର ନିୟମାବଳୀ
ତେବେ ଟଙ୍କା କିପରି ଫେରସ୍ତ ପାଇବେ?
ଯଦି ଅଜାଣତରେ କିମ୍ୱା ଅସାବଧାନତା ବଶତ ଭୁଲ ୟୁପିଆଇ ନମ୍ୱର କିମ୍ୱା ଠିକଣାକୁ ଟଙ୍କା ପଠେଇଛନ୍ତି ତେବେ ଆଦୈା ଭୟ କରନ୍ତୁ ନାହିଁ , ଯଦି ଆପଣ ଓ ପ୍ରାପକ ସମାନ ବ୍ୟାଙ୍କର ଗ୍ରାହକ ତେବେ ସାଧାରଣତ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଆପଣଙ୍କ ଟଙ୍କା ଫେରସ୍ତ ପାଇପାରିବେ ,ଭିନ୍ନ ବ୍ୟାଙ୍କ ହୋଇଥିଲେ ଏହା ଅପେକ୍ଷାକୃତ ଅଧିକ ସମୟ ଲାଗିଥାଏ ଏଥିସହ ଜାଣିରଖନ୍ତୁ ଟଙ୍କା ଫେରସ୍ତ ପାଇବା ପାଇଁ ଆପଣ ଆଉ ଅନ୍ୟ କେଉଁ ସବୁ ଉପାୟ ଅବଲମ୍ୱନ କରିବେ ?
ଭାରତୀୟ ରିର୍ଜଭ ବ୍ୟାଙ୍କ ପକ୍ଷରୁ ଜାରି ନିର୍ଦେଶାବଳୀ ଅନୁସାରେ ପ୍ରଥମେ ଆପଣ ପ୍ରାପକ ଙ୍କୁ ସିଧାସଳଖ ଯୋଗାଯୋଗ କରିବାକୁ ଚେଷ୍ଟା କରନ୍ତୁ , ଓ ଏହାପରେ ତାଙ୍କୁ ଟଙ୍କା ଫେରାଇବାର ଏବଂ କାରବାର ବିବରଣୀ ପ୍ରଦାନ ଲାଗି ଅନୁରୋଧ କରନ୍ତୁ , ଏବଂ ଏହାପରେ ମଧ୍ୟ ଯଦି ପ୍ରାପକ ମାଧ୍ୟମରେ ସମାଧାନ ନହୁଏ
ଆପଣ ନ୍ୟାସନାଲ ପେମେଣ୍ଟ କର୍ପୋରସନ ଅଫ ଇଣ୍ତିଆରେ ଅଭିଯୋଗ ଦାଖଲ କରି ମାମଲା ରୁଜୁ କରିପାରିବେ ଏଥିସହ ଆପଣ ଯେତେବେଳେ ମାମଲା ରୁଜୁ କରିବେ ତେବେ ସେହି ମାମଲା ରେ ଆପଣ ବିଭିନ୍ନ ବିବରଣୀ ମଧ୍ୟ୍ୟ ଦାଖଲ କରିବେ ଏଥିସହ ଆପଣ ସେଥିରେ ପ୍ରମାଣ ଦାଖଲ କରିସାରିବେ ପରେ ଏନପିସିଆର କାରବାରରେ ଅନୁସନ୍ଧାନ କରିବେ ,
ଏହାପରେ କାରବାରରେ ହୋଇଥିବା ତ୍ରୁଟି ବିଷୟରେ ଆପଣଙ୍କ ବ୍ୟାଙ୍କକୁ ଯଥାଶିଘ୍ର ସୁଚନା ଦିଅନ୍ତୁ ଏବଂ ଆବଶ୍ୟକ ଧାରା ବିବରଣୀ ଦାଖଲ କରନ୍ତୁ ଏହାଦ୍ୱାରା ସେମାନେ ରିଫଣ୍ତ ପାଇଁ ଏକ ଚାର୍ଜବ୍ୟାକ ଆରମ୍ଭ କରିପାରିବେ ଭୁଲ ୟୁପିଆଇ ଠିକଣାରେ କାରବାର କ୍ଷେତ୍ରରେ ସହାୟତା ପାଇଁ ଆପଁଣ ୧୮୦୦-୧୨୦-୧୭୪୦ କୁ ଟ୍ରୋଲ ଫ୍ରି ନମ୍ୱରକୁ ମଧ୍ୟ କଲ କରିପାରିବେ
ଏହାପରେ ଜାଣି ରଖନ୍ତୁ ଟଙ୍କା ଫେରସ୍ତ ପାଇବାର ପ୍ରକ୍ରିୟା
ବ୍ୟବହୃତ ପେମେଣ୍ଟ ସିଷ୍ଟମ ଅଥବା ଟଙ୍କା ପଠାଇବା ମାଧ୍ୟମ ଗୁଗଲ ପେ ଫୋନ ପେ ପେଟି ଏମରେ ଏକ ଅଭିଯୋଗ ଦାଖଲ କରନ୍ତୁ ଏନପିସିଆଇ ଓ୍ୱେବସାଇଟ ଯାଇ ଡିସପୁଟ ରିଡ୍ରୋସାଲ ମେକାନିଜିମ ବିଭାଗ ଅଧିନରେ ଫର୍ମ ଫିଲଅପ କରନ୍ତୁ , କାରବାର ଆଇଡି ଭର୍ଚୁଆଲ ପେମେଣ୍ଟ ଠିକଣା ଆମାଉଣ୍ଟ ଟ୍ରାନସଫର ରସିଦ କାରବାର ତାରିଖ ଇମେଲ ଆଇଡି ଓ ମୋବାଇଲ ନମ୍ୱର ସହ ଆବଶ୍ୟକ ବିବରଣୀ ଦିଅନ୍ତୁ ଏଥିସହ ଆପଣ ଏଥିରେ ଡିଡକସନ ଦର୍ଶାଇ ଆପଣଙ୍କର ବ୍ୟାଙ୍କ ଷ୍ଟେଟମେଣ୍ଟ ଅପଲୋଡ କରନ୍ତୁ
କିନ୍ତୁ ୟୁପିଆଇ ବ୍ୟବହାର କରିବା ସମୟରେ ସର୍ତକତା ଅବଲମ୍ୱନ କରନ୍ତୁ , କାରଣ ବେଳେବେଳେ ଅନଲାଇନ ସମସ୍ୟା ଆମକୁ ବହୁତ ସମୟରେ ହଇରାଣ ରେ ପକାଇଥାଏ ଆପଣ ଯାହାକୁ ବି ଟ୍ରାଜକ୍ସନ କରୁଛନ୍ତି ସର୍ତକତା ଅବଲମ୍ୱନ କରନ୍ତୁ ଯାହା ଆମକୁ ବିପଦରୁ ରକ୍ଷା କରିଥାଏ କାରଣ ଆମର ବେଳେବେଳେ ଛୋଟ ଛୋଟ ଭୁଲ ଆମକୁ ବହୁତ ବଡ ବିପଦରେ ସମ୍ମୁଖୀନ ଦେବାକୁ ପଡିଥାଏ