ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ କଲା ବାତ୍ୟା । ୫ ଘଣ୍ଟା ଧରି ଚାଲିଲା ପ୍ରକ୍ରିୟା । ହବାଳିଖଟି ପାଖରେ ଛୁଇଁଲା ସ୍ଥଳଭାଗ

Advertisment

ଭୀଷଣ ରୂପ ଧରି ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନା, ଉପକୂଳରେ ରଚିଲା ତାଣ୍ଡବ ଲୀଲା। କେନ୍ଦ୍ରାପଡ଼ା ଭିତରକନିକା ନେଚର ପାର୍କ ହବାଳିଖଟି ନିକଟରେ ଲ୍ୟାଣ୍ଡଫଲ୍‌ କରିଛି ବାତ୍ୟାର କେନ୍ଦ୍ର ସ୍ଥଳ

ଭୀଷଣ ରୂପ ଧରି ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନା, ଉପକୂଳରେ ରଚିଲା ତାଣ୍ଡବ ଲୀଲା। କେନ୍ଦ୍ରାପଡ଼ା ଭିତରକନିକା ନେଚର ପାର୍କ ହବାଳିଖଟି ନିକଟରେ ଲ୍ୟାଣ୍ଡଫଲ୍‌ କରିଛି ବାତ୍ୟାର କେନ୍ଦ୍ର ସ୍ଥଳ

HABALIKHATI LANDFALL

କନକ ବ୍ୟୁରୋ:  ଭୀଷଣ ରୂପ ଧରି ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନା, ଉପକୂଳରେ ରଚିଲା ତାଣ୍ଡବ ଲୀଲା। କେନ୍ଦ୍ରାପଡ଼ା ଭିତରକନିକା ନେଚର ପାର୍କ ହବାଳିଖଟି ନିକଟରେ ଲ୍ୟାଣ୍ଡଫଲ୍‌ କରିଛି ବାତ୍ୟାର କେନ୍ଦ୍ର ସ୍ଥଳ। ମଧ୍ୟରାତ୍ରି ପ୍ରାୟ ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା।  ୫ ଧରି ପ୍ରବଳ ବର୍ଷା ପବନ ଲାଗିରହିଥିଲା। ତେବେ ସକାଳ ୭ ଟା ପର୍ଯ୍ୟନ୍ତ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବ।

୫ରୁ ୬ଘଣ୍ଟା ଧରି ବାତ୍ୟାର ଲ୍ୟାଣ୍ଡଫଲ ପକ୍ରିୟା ସମୟରେ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବା ସହିତ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ବାତ୍ୟା ଲ୍ୟାଣ୍ଡଫଲ କରିବା ସମୟରେ ଉପକୂଳବର୍ତ୍ତୀ ଜିଲ୍ଲା ବିଶେଷ କରି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଛି। ବାତ୍ୟା ଯୋଗୁ ପ୍ରାୟ ୬ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଅବା ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମୁଖ୍ୟମନ୍ତ୍ରୀ ବିଳମ୍ବିତ ରାତିରେ ସମୀକ୍ଷା ବୈଠକ କରିଛନ୍ତି। ବାତ୍ୟା ଆଶୟସ୍ଥଳରେ ଥିବା ଲୋଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୋହନ ମାଝି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe