କନକବ୍ୟୁରୋ: ହରିୟାଣାରେ ସବୁ ଏକଜିଟ ପୋଲ ଭୁଲ ପ୍ରମାଣିତ ହୋଇଛି । ସରକାର ବିରୋଧୀ ହାୱା ଓ ମାଳ ମାଳ ପ୍ରସଙ୍ଗ ସତ୍ବେ ଏଠାରେ ବିଜେପିକୁ ହରାଇପାରିନାହିଁ କଂଗ୍ରେସ । ହରିୟାଣାରେ ବଡ ବିଜୟ ସହ ଅନେକ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି ମୋଦି । କହିଛନ୍ତି, ଦେଶରେ ଅନେକ ରାଜ୍ୟରେ ଲୋକେ କଂଗ୍ରେସ ପାଇଁ ନୋ ଏଂଟ୍ରି ଲଗାଇଦେଇଛନ୍ତି । ଏଥିପାଇଁ ସେ ଆସାମର ଉଦାହରଣ ଦେଇଛନ୍ତି । କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି, ମିଛ ପ୍ରତିଶ୍ରୃତି ଉପରେ ବିକାଶର ଗ୍ୟାରେଂଟି ଭାରି ପଡିଛି । ନୂଆ ଇତିହାସ ରଚିଛି ହରିୟାଣା । ବିଜେପି ନେତା ଓ କର୍ମୀଙ୍କୁ ବି ସେ ଅଭିନନ୍ଦନ ଜଣାଇଛନ୍ତି ।
ହରିୟାଣାରେ ବିଜେପିର ହ୍ୟାଟ୍ରିକ୍ । ନେତା ଓ କର୍ମୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
ହରିୟାଣାରେ ସବୁ ଏକଜିଟ ପୋଲ ଭୁଲ ପ୍ରମାଣିତ ହୋଇଛି । ସରକାର ବିରୋଧୀ ହାୱା ଓ ମାଳ ମାଳ ପ୍ରସଙ୍ଗ ସତ୍ବେ ଏଠାରେ ବିଜେପିକୁ ହରାଇପାରିନାହିଁ କଂଗ୍ରେସ । ହରିୟାଣାରେ ବଡ ବିଜୟ ସହ ଅନେକ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି ମୋଦି ।