କନକ ବ୍ୟୁରୋ :  ହିଜବୁଲ୍ଲାର ମୁଖ୍ୟ ନସରଲ୍ଲାହଙ୍କ ଯୁଗ ଶେଷ । ୩୨ବର୍ଷ ଯାଏ ହିଜବୁଲ୍ଲାର ମୁଖ୍ୟ ପଦବୀରେ ରହିଥିଲେ ନସରଲ୍ଲାହ । ଆଉ ଆଜି ତାଙ୍କ ମୃତ୍ୟୁ ହୋଇଛି ବୋଲି ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛି ।  ଗତ କାଲି ରାତିରେ ଇସ୍ରାଏଲ ହିଜବୁଲ୍ଲାର ହେଡକ୍ବାର୍ଟରରେ ଆକ୍ରମଣ କରିଥିଲା ଏବଂ ସେତେବେଳେ ମଧ୍ୟ ଚର୍ଚ୍ଚା ହେଉଥିଲା  ନସରଲ୍ଲାହ ଏହି ଆକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି କିନ୍ତୁ ଇରାନ ଓ ହିଜବୁଲ୍ଲା ଏହାକୁ ଖଣ୍ଡନ କରିଥିଲା । ଆଜି ଅପରାହ୍ନରେ ଆଇଡିଏଫ ଘୋଷଣା କରିଥିଲା କି ନସରଲ୍ଲାହଙ୍କ ମୃତ୍ୟୁ ହୋଇଛି । ଲେବାନନ ଗଣମାଧ୍ୟମ ଓ ହିଜବୁଲ୍ଲା ସଂଙ୍ଗଠନ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି ଯେ, ହିଜବୁଲ୍ଲା ର ସୁପ୍ରିମୋଙ୍କ ମୃତ୍ୟୁ ହୋଇଛି   । ଗତକାଲି ରାତିରେ ଘଟିଥିବା ଆକ୍ରମଣରେ ନସରଲ୍ଲାହର ଝିଅ ଜୈନବର ମୃତ୍ୟୁ ହୋଇଛି ।

Advertisment

ହିଜବୁଲ୍ଲାର ନେତା ଚୟନ ପ୍ରକ୍ରିୟା ଗୁପ୍ତ ରହିଥାଏ କିନ୍ତୁ ଏବେ ଜଣଙ୍କ ନାଁ ଚର୍ଚ୍ଚାରେ ରହିଛି ଆଉ ସେ ହେଉଛି ହାଶେମ ସଫିଉଦ୍ଦିନ । କୁହାଯାଉଛି ହାଶେମ ହେଉଛି ନସରଲ୍ଲାହର ସର୍ମ୍ପକୀୟ ଭାଇ । ହାଶେମ ସଫିଉଦ୍ଦିନ କିଏ ? ହିଜବୁଲ୍ଲାର ରାଜନୀତି ବ୍ୟାପରକୁ ତଦାରଖ କରେ ହାଶେମ । ନସରଲ୍ଲାହ ସମ୍ପର୍କୀୟ ତଥା ଧର୍ମଗୁରୁ ମଧ୍ୟ । ୨୦୧୭ରେ ଆମେରିକା ସ୍ୱରାଷ୍ଟ୍ର ବିଭାଗ ହାଶେମଙ୍କୁ ଆତଙ୍କବାଦୀ ଘୋଷଣା କରିଥିଲା । ଖବର ଅନୁଯାୟୀ ନାସରାଲ୍ଲା ହିଜବୁଲ ମଧ୍ୟରେ ଥିବା ବିଭିନ୍ନ ପରିଷଦରେ ହାଶେମଙ୍କ ପାଇଁ ପଦବୀ ପ୍ରସ୍ତୁତ କରିବା ଆରମ୍ଭ କରିଥିଲା । ହାମେଶ ର ବେଶଭୂଷା ଠିକ୍ ନସରଲ୍ଲା ପରି । ସେପଟେ ନସରଲ୍ଲାହର ମୃତ୍ୟୁ ପରେ ଇରାନ ଗମ୍ବୀର ହୋଇଯାଇଚି । ହିଜବୁଲ୍ଲାକୁ ସବୁବେଳେ ସର୍ପୋଟ କରୁଥିବା ଖାମନେଇ ସରକାର ଏବେ ଚିନ୍ତାରେ । ଇରାନ ଡକାଇଛି ଇମରଜେନ୍ସି ମିଟିଂ ।  ନସରଲ୍ଲାହର ମୃତ୍ୟୁ ପରେ ଇରାନରେ ହଲଚଲ । ନ୍ୟାସନାଲ ସିକ୍ୟୁରିଟି କାଉନସିଲର ମିଟିଂ ବସିଛି ଖାଇନେଇଙ୍କ ନେତୃତ୍ବରେ । ତେବେ ଇରାନ କହିଥିଲା ଲେବାନନକୁ ଦ୍ବିତୀୟ ଗାଜା କରିବାକୁ ଦେବୁନି ଆଉ ଏବେ ଇରାନର ଆଭିମୁଖ୍ୟ କଣ ରହିବ? ଲେବାନନ ର ପଶି ଇସ୍ରାଏଲ ସହ ଯୁଦ୍ଦ କରିବ ନା ହିଜବୁଲ୍ଲାକୁ ଅର୍ଥ ସହ ଯୁଦ୍ଧ ସାମଗ୍ରୀ ଯୋଗାଇବ ।

ଚୁପ ବସିବନି ହିଜବୁଲ୍ଲା । କାରଣ ଏ ଯୁଦ୍ଧରେ ଏଣ୍ଟ୍ରି ମାରିଛି ଇରାନ , ଇରାନ କହିଛି ରେଡ ଲାଇଟ କ୍ରସ କରିଛି ଇସ୍ରାଏଲ । ତେବେ ଆଗକୁ ଏ ଯୁଦ୍ଧ ହିଜବୁଲା ଇସ୍ରାଏଲ ସହ ହେଉଛି ନା ଇରାନ -ଇସ୍ରାଏଲ ସହ ଲଢୁଛି ତାହା ସମୟ କହିବ ।