କନକ ବ୍ୟୁରୋ : ସରିଯିବା ଉପରେ ଖୋର୍ଦ୍ଧା ନରଣଗଡ଼ସ୍ଥିତ ମୂଲ୍ୟବାନ ଖାଣ୍ଡେଲାଇଟ୍ ପଥର ଖଣି। । ଖୋର୍ଦ୍ଧା ନରଣଗଡ଼ସ୍ଥିତ ଦେଶର ସବୁଠାରୁ ଉତ୍କୃଷ୍ଟ ମାନର ଖାଣ୍ଡେଲାଇଟ୍ ପଥର ଖଣିରୁ ପଥର ଆଣି ସ୍ଥାନୀୟ ଶିଳ୍ପୀ ସୁନ୍ଦର ସୁନ୍ଦର ମୂର୍ତ୍ତି ନିର୍ମାଣ କରୁଥିଲେ । ଶ୍ରୀମନ୍ଦିର ସହ ଅନ୍ୟ ମନ୍ଦିର ମରାମତିରେ ବି ଏହି ପଥର ଲାଗୁଥିଲା । ପୂର୍ବ ସରକାର ନରଣଗଡ଼ ଖାଣ୍ଡେଲାଇଟ୍ ଖଣିକୁ ଓଏମସିକୁ ଦେବା ପରେ ସ୍ଥାନୀୟ ପଥର ଶିଳ୍ପୀ ହାତବାନ୍ଧି ବସିଛନ୍ତି। ଖଣି ଖାଲି ହୋଇଗଲାଣି । ବିଭିନ୍ନ ମନ୍ଦିରର ସୌନ୍ଦର୍ଯ୍ୟକରଣ ନାଁରେ ଦୁର୍ମୂଲ୍ୟ ପଥର କୁଆଡ଼େ ଗଲା? ବୋଲି ପ୍ରଶ୍ନ ଉଠିଛି । ଲୋକ ସନ୍ଦେହ ପ୍ରକାଶ କରୁଛନ୍ତି ।
ଓଏମସିକୁ ନରଣଗଡ଼ ଖାଣ୍ଡେଲାଇଟ୍ ଖଣି ହସ୍ତାନ୍ତର ବେଳେ ଆଖପାଖ ଗ୍ରାମବାସୀ ବିରୋଧ କରିଥିଲେ । ତେବେ ଏହି ଖଣିର ଅଦରକାରୀ ପଥରକୁ ଅଞ୍ଚଳର ପଥର ଶିଳ୍ପୀଙ୍କୁ ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଦିଆଯାଉ ନଥିବା ସ୍ଥାନୀୟ ପଥର ଶିଳ୍ପୀ ଅଭିଯୋଗ କରିଛନ୍ତି । ଖଣି ବାହାରେ ବିପୁଳ ପରିମାଣର ଅଦରକାରୀ ଖାଣ୍ଡେଲାଇଟ୍ ପଥର ନଷ୍ଟ ହେଉଛି । କିନ୍ତୁ ଗାଁରେ ଖଣି ଥିଲେ ବି ସରକାରଙ୍କ ଦ୍ବାରା ତାଲିମପ୍ରାପ୍ତ ଶିଳ୍ପୀ ପଥର ଖଣ୍ଡେ ପାଉନାହାନ୍ତି ! ଓଏମ୍ସି ପାଖ ମଡ଼ାଇ ଦେଉନଥିବା ଅଭିଯୋଗ ହୋଇଛି। ଅନଭିଜ୍ଞ ଶ୍ରମିକଙ୍କ ଦ୍ଵାରା ମେସିନରେ କଟା ଯାଉଥିବାରୁ ଦୁର୍ମୂଲ୍ୟ ପଥର ନଷ୍ଟ ହେଉଛି । ଏତେ ଦୁର୍ମୂଲ୍ୟ ପଥରକୁ ବିଭିନ୍ନ ମନ୍ଦିରରେ ଲଗାଯାଇଛି ନା କେଉଁଆଡ଼େ ଚୋରା ଚାଲାଣ କରାଯାଇଛି? ଏତେ କମ୍ ଦିନରେ ଖଣି ସରିବାକୁ ବସିଲା କେମିତି ? ଏସମ୍ପର୍କରେ ଓଏମସିର କୌଣସି ଅଧିକାରୀ ଉତ୍ତର ଦେବାକୁ ଧରା ଦେଇ ନଥିଲେ ।