ବନ୍ଧପୁର ଗାଁକୁ ବଇରୀ କରିଛନ୍ତି କି ସରକାର ?

Advertisment

ବିଲ ମଝିରେ ବାଟ ଥିବାରୁ ବିକାଶ ଏହି ଗାଁକୁ ବୋଧେ ବାଟ ପାଉନି । ଉପକୂଳ ଓଡିଶାରେ ଏପରି ଗାଁ ଥାଇପାରେ ଯାହା ଆଖିରେ ଦେଖିଲେ ବିଶ୍ଵାସ କରିବେନି ।

ବିଲ ମଝିରେ ବାଟ ଥିବାରୁ ବିକାଶ ଏହି ଗାଁକୁ ବୋଧେ ବାଟ ପାଉନି । ଉପକୂଳ ଓଡିଶାରେ ଏପରି ଗାଁ ଥାଇପାରେ ଯାହା ଆଖିରେ ଦେଖିଲେ ବିଶ୍ଵାସ କରିବେନି ।

NEGLECTED VILLAGE

NEGLECTED VILLAGE Photograph: (kanak news)

କନକ ବ୍ୟୁରୋ: ଏଠି ଆଗାମୀ ଭବିଷ୍ୟତ ବାଉଁଶ ପୋଲ ଦେଇ ଅତିକ୍ରମ କରେ, ପୂରା ଗାଁର ଶୋଷ ମେଣ୍ଟାଇବା ପାଇଁ ଗୋଟିଏ ନଳକୂପକୁ ଭରସା କରିବାକୁ ପଡ଼େ । ବିଲ ମଝିରେ ବାଟ ଥିବାରୁ ବିକାଶ ଏହି ଗାଁକୁ ବୋଧେ ବାଟ ପାଉନି । ଉପକୂଳ ଓଡିଶାରେ ଏପରି ଗାଁ ଥାଇପାରେ ଯାହା ଆଖିରେ ଦେଖିଲେ ବିଶ୍ଵାସ କରିବେନି । ମୌଳିକ ସୁବିଧାରୁ ବଞ୍ଚିତ କେନ୍ଦ୍ରାପଡ଼ା ରାଜନଗର ବ୍ଲକ ବ୍ରାହ୍ମଣସାହି ପଞ୍ଚାୟତର ରାଜସ୍ୱ ଗାଁ ବନ୍ଧପୁର। ନା ଅଛି ରାସ୍ତା, ନା ଅଛି ଅଙ୍ଗନବାଡି କି ବିଦ୍ୟାଳୟ । ଏପରିକି ପକ୍କା ରାସ୍ତା ଦେଖିନାହାନ୍ତି ଏହି ଗାଁର ଲୋକେ । ଗାଁରେ କୋଠାଘର ନଥିବା ବେଳେ ପାଇଖାନାଟିଏ ମଧ୍ୟ ନାହିଁ । 

ମଣିଷ ତ ଦୂରର କଥା ଏଠି ଠାକୁରଙ୍କୁ ବି ପର କରିଦେଇଛି ପ୍ରଶାସନ । ଏ ଗାଁରେ ୭୦ ରୁ ଅଧିକ ପରିବାର ରହୁଥିଲେ ବି ଗାଁରୁ ବାହାରିବାକୁ ହେଲେ ସାହାରା ସଜେ ଏହି ବାଉଁଶ ପୋଲ । ଆଉ ବୁଢା ଠାରୁ ଆରମ୍ଭ କରି ଛୋଟ ଛୁଆ ଯାଏଁ ବିଲ ହିଡରେ ଯାଆସ କରନ୍ତି । ବର୍ଷା ଦିନେ ଗାଁ ଯେମିତି ଯମ ଯନ୍ତ୍ରଣା ପାଏ, ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ ବନ୍ଧପୁର ଗାଁ । ପାନୀୟ ଜଳ କଥା ନକହିଲେ ଭଲ । ୭୦ ପରିବାର ପାଇଁ ଗୋଟିଏ ନଳକୂପ ରହିଛି । ଲାମ୍ବା ଲାଇନରେ ଛିଡାହୋଇ ମହିଳା ମାନେ ପିଇବା ପାଇଁ ପାଣି ପାଇଥାନ୍ତି । ଦେଶ ସ୍ଵାଧୀନ ହୋଇଛି ସତ ହେଲେ ଆଜି ବି ଏମାନେ ପରାଧୀନ ଭଳି ଜୀବନ ଜିଉଁଛନ୍ତି । ସରକାର ପରେ ସରକାର ବଦଳୁଛି ହେଲେ ଆମ ଗାଁର ଚିତ୍ର କେବେ ବଦଳିବ ବୋଲି କ୍ଷୋଭର ସହ କହିଛନ୍ତି ଗ୍ରାମବାସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe