ରାଜ୍ୟରେ ବିଗିଡ଼ି ଗଲାଣି କି ଆଇନଶୃଙ୍ଖଳା? ସରକାରଙ୍କୁ ଘେରିଲେ ବିରୋଧୀ

ରାଜ୍ୟରେ ଦିନକୁ ଦିନ ବିଗିଡ଼ି ଚାଲିଛି ଆଇନ ଶୃଙ୍ଖଳା ପରିସ୍ଥିତି। ପ୍ରତିଦିନ କେଉଁଠି ନା କେଉଁଠି ଘଟୁଛି ଅପରାଧ। ରାଜଧାନୀର ଭରତପୁର କଥା କୁହନ୍ତୁ କିମ୍ବା ବ୍ରହ୍ମପୁର ଓ ଜୟପୁର ହତ୍ୟାକାଣ୍ଡ, ସବୁଠି ଲୋକଙ୍କର ପୁଲିସ ପ୍ରତି ଯେମିତି ଭୟ ନାହିଁ।

ହୁଗୁଳି ଗଲାଣି ଆଇନଶୃଙ୍ଖଳା

ହୁଗୁଳି ଗଲାଣି ଆଇନଶୃଙ୍ଖଳା Photograph: (KANAK NEWS)

କନକ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ ବିଗିଡ଼ି ଚାଲିଛି ଆଇନ ଶୃଙ୍ଖଳା ପରିସ୍ଥିତି। ପ୍ରତିଦିନ କେଉଁଠି ନା କେଉଁଠି ଘଟୁଛି ଅପରାଧ। ରାଜଧାନୀର ଭରତପୁର କଥା କୁହନ୍ତୁ କିମ୍ବା ବ୍ରହ୍ମପୁର ଓ ଜୟପୁର ହତ୍ୟାକାଣ୍ଡ, ସବୁଠି ଲୋକଙ୍କର ପୁଲିସ ପ୍ରତି ଯେମିତି ଭୟ ନାହିଁ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଯାହାର ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ। 

  • ରାଜ୍ୟରେ ବିଗିଡ଼ି ଗଲାଣି କି ଆଇନଶୃଙ୍ଖଳା?
  • ସରକାରଙ୍କୁ ଘେରିଲେ ବିରୋଧୀ

ରାଜଧାନୀର ଭରତପୁରରେ ଜମିବାଡି ବିବାଦକୁ ନେଇ ହଣାକଟା ହୋଇଛି। ଉତ୍ତ୍ୟକ୍ତ ଲୋକେ ଜଣେ ମହିଳା ପୁଲିସକୁ ବିଚ୍ ରାସ୍ତାରେ ଗୋଡେଇ ଗୋଡ଼େଇ ପିଟି ଲହୁଲୁହାଣ କରିଛନ୍ତି। ବ୍ରହ୍ମପୁରରେ ଦଣ୍ଡନାଚ ଯାତ୍ରା ବେଳେ ଘଟିଛି ହତ୍ୟାକାଣ୍ଡ। ଦଣ୍ଡଯାତ୍ରା କମିଟି ସଦସ୍ୟ ଜଗଦୀଶ ପାଣିଗ୍ରାହୀଙ୍କୁ ହତ୍ୟା କରିଛନ୍ତି ବାପ, ପୁଅ। ସେହିପରି କୋରାପୁଟ ଜୟପୁରରେ ଥାନାଠାରୁ ମାତ୍ର କିଛି ଦୂରରେ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। 

ରାଜ୍ୟରେ ପ୍ରତିଦିନ ଅପରାଧ ବଢିଚାଲିଥିବା ବେଳେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିଥିବା କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ। ବିଜେଡିର ଅଭିଯୋଗ, ପୁଲିସ କାମରେ ସରକାରୀ ଦଳର କର୍ମୀ ହସ୍ତକ୍ଷେପ କରୁଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ସେପଟେ ମହିଳାଙ୍କ ସୁରକ୍ଷାକୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। 

ଗତ ୯ ମାସ ଭିତରେ ମାଆ, ଭଉଣୀ ଓ ଆଦିବାସୀ ଛାତ୍ରୀ ନିର୍ଯାତିତ ହୋଇଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ଜବାବରେ ଆଇନ ମନ୍ତ୍ରୀ କହିଛନ୍ତି, ପୂର୍ବ ଅପେକ୍ଷା ଅପରାଧ ହାର କମିଛି। ତେଣୁ ଏଠି ପ୍ରଶ୍ନ ଉଠୁଛି, ରାଜ୍ୟରେ ବିଗୁଡ଼ୁଛି କି ଆଇନଶୃଙ୍ଖଳା? ଅପରାଧୀଙ୍କ ବିରୋଧରେ କାହଁକି ହେଉନି କଠୋର କାର୍ଯ୍ୟାନୁଷ୍ଠାନ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe