କନକ ବ୍ୟୁରୋ : ହରିୟାଣା ସରକାରଙ୍କର ସ୍ବତନ୍ତ୍ର ସଚିବ ପାହ୍ୟାର ଜଣେ ଅଧିକାରୀ ଗଣେଶ ଦାସ ଅରୋରା (୫୮) ସଚିବାଳୟର ଷଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତ ଅଧିକାରୀ ଜଣେ ବରିଷ୍ଠ ଆଇଏଏସ୍ଙ୍କ ଅଧୀନରେ କାମ କରୁଥିଲେ। ବୁଧବାର ଅରୋରା ଆତ୍ମହତ୍ୟା କରିଥିବାବେଳେ ତାଙ୍କ ନିକଟରୁ ମିଳିଥିବା ସୁଇସାଇଡ ନୋଟ ମିଳିଛି । ଯେଉଁଥିରେ ସେ ନା ପରିବାର ଲୋକ ନା ଅଫିସରୁ କାହାରିଠାରୁ ଚାପରେ ନଥିଲେ। ତେଣୁ ତାଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ ନକରିବାକୁ ଲେଖିଛନ୍ତି। ପୁଲିସ ଏହି ଆତ୍ମହତ୍ୟା ମାମଲାକୁ କର୍ମକ୍ଷେତ୍ରରେ ଚାପ କିମ୍ବା ନିର୍ଯାତନା ଦିଗରୁ ତଦନ୍ତ କରୁଛି। ହାତଲେଖା ଯାଞ୍ଚ କରିବାକୁ ପୁଲିସ ସୁଇସାଇଡ ନୋଟ୍କୁ କେନ୍ଦ୍ରୀୟ ଫୋରେନସିକ୍ ଲାବୋରେଟୋରୀକୁ ପଠାଇବ।
ସୂତ୍ର ଅନୁଯାୟୀ ଜିରାକପୁର ବାସିନ୍ଦା ଅରୋରା ଆସନ୍ତା ଅକ୍ଟୋବର ମାସରେ ଅବସର ଗ୍ରହଣ କରିଥାନ୍ତେ। ଏହାପୂର୍ବରୁ ତାଙ୍କ ବିଭାଗ ବଦଳିକୁ ନେଇ ସେ ଚାପରେ ଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଅରୋରା ମଧ୍ୟାହ୍ନ ୧୨ଟା ୩୦ ମିନିଟ ବେଳେ ନିଜ ସିଟ୍ରୁ ଉଠି ଷଷ୍ଠ ମହଲା ବାଲକୋନୀରୁ ତଳକୁ ଡେଇଁ ପଡ଼ିଥିଲେ। ୧୫ ଦିନ ପୂର୍ବରୁ ମଧ୍ୟ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ, କିନ୍ତୁ ସହକର୍ମୀ ତାଙ୍କୁ ଅଟକାଇ ଦେଇଥିଲେ। ମୃତକଙ୍କ ପତ୍ନୀ ହରିୟାଣା ରାଜଭବନରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ପରିବାର ପକ୍ଷରୁ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ରଖାଯାଇନାହିଁ ।
ଅଧିକ ପଢ଼ନ୍ତୁ---ତୁରନ୍ତ ଯୁଦ୍ଧ ବନ୍ଦ କର ; ପାକିସ୍ତାନ-ଆଫଗାନିସ୍ତାନକୁ ରୁଷ,ଚୀନ ଓ ଇରାନର ଅପିଲ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/27/death-2026-02-27-17-43-15.jpg)