ହରିଆଣାରେ ନିର୍ବାଚନୀ ବିଗୁଲ:ପ୍ରଚାର ମଇଦାନକୁ ଓହ୍ଲାଇବେ ଅରବିନ୍ଦ କେଜ୍ରିୱାଲ

ଜେଲରୁ ମୁକୁଳିବା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଅରବିନ୍ଦ କେଜରିୱାଲ ହରିୟାଣାରେ କରିବେ ନିର୍ବାଚନ ପ୍ରଚାର ।

haroyana

କନକବ୍ୟୁରୋ: ଜେଲରୁ ମୁକୁଳିବା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଅରବିନ୍ଦ କେଜରିୱାଲ ହରିୟାଣାରେ କରିବେ ନିର୍ବାଚନ ପ୍ରଚାର। ଆଜି ଯମୁନାନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜାଗଧିରିରେ କରିବେ ରୋଡ ଶୋ । ବାବୱାଲି, ରାନିଆ, ଭିବାନି, ମେହମ, ପୁନ୍ଦରି ଆଦି ସ୍ଥାନରେ ହେବ ରୋଡ ଶୋ।ଆସନ୍ତା ଦିନରେ ସେ ୧୧ ଜିଲ୍ଲାର ୧୩ଟି କାର୍ଯ୍ୟକ୍ରମରେ ଯୋଗଦେବେ । 

ଗତ ୧୦ ବର୍ଷ ଧରି ବିଜେପି ହରିୟାଣାରେ ଶାସନ କରୁଛି। ଏହି ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରିବା ଲାଗି ଆପ୍ ଉଦ୍ୟମ କରିବ । ହରିୟାଣାରେ କେଜରିୱାଲଙ୍କ ନିର୍ବାଚନ ପ୍ରଚାର ବେଶ୍ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ଆସନ୍ତା ଅକ୍ଟୋବର ୫ରେ ୯୦ ଆସନ ବିଶିଷ୍ଟ ହରିୟାଣାରେ ହେବ ବିଧାନସଭା ନିର୍ବାଚନ। ଅକ୍ଟୋବର ୮ରେ ହେବ ଗଣତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe