କନକବ୍ୟୁରୋ: ଜେଲରୁ ମୁକୁଳିବା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଅରବିନ୍ଦ କେଜରିୱାଲ ହରିୟାଣାରେ କରିବେ ନିର୍ବାଚନ ପ୍ରଚାର। ଆଜି ଯମୁନାନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜାଗଧିରିରେ କରିବେ ରୋଡ ଶୋ । ବାବୱାଲି, ରାନିଆ, ଭିବାନି, ମେହମ, ପୁନ୍ଦରି ଆଦି ସ୍ଥାନରେ ହେବ ରୋଡ ଶୋ।ଆସନ୍ତା ଦିନରେ ସେ ୧୧ ଜିଲ୍ଲାର ୧୩ଟି କାର୍ଯ୍ୟକ୍ରମରେ ଯୋଗଦେବେ ।
ଗତ ୧୦ ବର୍ଷ ଧରି ବିଜେପି ହରିୟାଣାରେ ଶାସନ କରୁଛି। ଏହି ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରିବା ଲାଗି ଆପ୍ ଉଦ୍ୟମ କରିବ । ହରିୟାଣାରେ କେଜରିୱାଲଙ୍କ ନିର୍ବାଚନ ପ୍ରଚାର ବେଶ୍ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ଆସନ୍ତା ଅକ୍ଟୋବର ୫ରେ ୯୦ ଆସନ ବିଶିଷ୍ଟ ହରିୟାଣାରେ ହେବ ବିଧାନସଭା ନିର୍ବାଚନ। ଅକ୍ଟୋବର ୮ରେ ହେବ ଗଣତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/eq4HAXcYyQdzJKV8YWqt.jpg)