କନକ ବ୍ୟୁରୋ : ହରିଆଣା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ତାର ଘୋଷଣାପତ୍ର ଜାରି କରିଛି । ଏହାକୁ ଦଳ ତରଫରୁ ସଂକଳ୍ପପତ୍ର ବୋଲି ନାମିତ କରିଛି । ପ୍ରତିଶ୍ରୁତି ପତ୍ରରେ କଂଗ୍ରେସ ଜନତାଙ୍କ ପାଇଁ ପୁରା ସହାୟତାର ପେଡି ଖୋଲିଦେଇଛି । ଏଥିରେ ପ୍ରମୁଖ ୭ଟି ପ୍ରତିଶ୍ରୁତି ଦେଇଛି କଂଗ୍ରେସ

Advertisment

  -ରାଜ୍ୟର ପ୍ରତିମହିଳାଙ୍କୁ ମାସିକ ୨ ହଜାର ଟଙ୍କାର ସହାୟତା ରାଶି
-    ରୋଷେଇ ଗ୍ୟାସ ସିଲିଣ୍ଡର ପ୍ରତି ୫୦୦ ଟଙ୍କା 
-    ବିଧବା, ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୬ ହଜାର ଟଙ୍କା 
-    ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ୍ ଲାଗୁ 
-    ୨ ଲକ୍ଷ ସରକାରୀ ନିଯୁକ୍ତି
-    ନିଶାମୁକ୍ତ ହରିଆଣା
-    ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି
-    ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟବୀମା 
-    ଗରିବ ଲୋକଙ୍କୁ ମାଗଣାରେ ଜମି ସହ ୩.୫ ଲକ୍ଷ ଟଙ୍କା ବ୍ୟୟରେ ୨ ଟି କୋଠରୀ ଥିବା ଛାତଘର
-    ରାଜ୍ୟର କୃଷକମାନଙ୍କ ପାଇଁ ଏମଏସପି ଗ୍ୟାରେଣ୍ଟି
-    ତକ୍ରାଳ ପସଲହାନୀ ଉପରେ ସହାୟତା 

  ରାଜ୍ୟରେ ଜାତିଗତ ଜନଗଣନା ସୂଚନା ଥାଉକି ହରିଆଣାରେ ଅକ୍ଟୋବର ୫ ତାରିଖରେ ବିଧାନସଭା ପାଇଁ ମତଦାନ ହେବ ଓ ୮ ତାରିଖରେ ଭୋଟ ଗଣତି ହେବ ।