କନକ ବ୍ୟୁରୋ : ହରିଆଣାରେ ଚଳିତମାସ ୫ ତାରିଖରେ ଭୋଟ ପଡିବ । ଆଜି ହେଉଛି ନିର୍ବାଚନ ପ୍ରଚାରର ଶେଷ ଦିନ । ଶେଷ ଦିନରେ ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି । ହେଲେ ଏହି ପ୍ରଚାରରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ବୀରେନ୍ଦ୍ର ସେହୱାଗ । ସେ କଂଗ୍ରେସ ପ୍ରାର୍ଥୀ ଅନିରୁଦ୍ଧ ଚୌଧୁରୀଙ୍କ ପାଇଁ ପ୍ରଚାର କରିଛନ୍ତି । ଏନେଇ ଗଣମାଧ୍ୟମକୁ ସେହୱାଗ କହିଛନ୍ତି କି, ସେ ଋଣ ସଝୁଛନ୍ତି, ଜଣେ ବଡ ଭାଇ ଯଦି କିଛି ଭଲ କାମ କରିବାକୁ ଯାଉଛନ୍ତି ତେବେ ମିଳିମିଶି ତାଙ୍କୁ ସାହାଯ୍ୟ କରିବାକୁ ସମସ୍ତେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି । ସେହୱାଗ କହିଛନ୍ତି କି ଅନିରୁଦ୍ଧ ଚୌଧୁରୀ ନିର୍ବଚନ ପ୍ରଚାର ବେଳେ ଜନତାଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ଅବସ୍ୟ ସେ ପୂରଣ କରିବେ ।
ସୂଚନା ଥାଉକି ହରିଆଣାର ତୋସାମ ଆସନରେ ଲଢେଇ ବେଶ୍ ରୋଚକ ହୋଇଛି । ଏହି ଅସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବଂଶୀଲାଲଙ୍କ ନାତୁଣୀ ଶ୍ରୁତି ଚୌଧୁରୀ ଓ ନାତି ଅନିରୁଦ୍ଧ ଚୌଧୁରୀ ପରସ୍ପର ବିରୋଧରେ ଲଢୁଛନ୍ତି । ୨୦୨୪ ମସିହାରେ ଶ୍ରୁତିଙ୍କୁ କଂଗ୍ରେସ ଟିକେଟ ନଦେବାରୁ ସେ ମା କିରଣ ଚୌଧୁରୀଙ୍କ ସହ ବିଜେପିରେ ସାମିଲ ହୋଇଥିଲେ ।
ହରିଆଣା ନିର୍ବାଚନ ପ୍ରଚାର କରିବାକୁ ପହଂଚିଲେ କ୍ରିକେଟର ବୀରେନ୍ଦ୍ର ସେହୱାଗ । କଂଗ୍ରେସ ପ୍ରାର୍ଥୀ ଅନିରୁଦ୍ଧ ଚୌଧୁରୀଙ୍କ ପାଇଁ କରୁଛନ୍ତି ପ୍ରଚାର
ଏନେଇ ଗଣମାଧ୍ୟମକୁ ସେହୱାଗ କହିଛନ୍ତି କି, ସେ ଋଣ ସଝୁଛନ୍ତି, ଜଣେ ବଡ ଭାଇ ଯଦି କିଛି ଭଲ କାମ କରିବାକୁ ଯାଉଛନ୍ତି ତେବେ ମିଳିମିଶି ତାଙ୍କୁ ସାହାଯ୍ୟ କରିବାକୁ ସମସ୍ତେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି । ସେହୱାଗ କହିଛନ୍ତି କି ଅନିରୁଦ୍ଧ ଚୌଧୁରୀ ନିର୍ବଚନ ପ୍ରଚାର ବେଳେ ଜନତାଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ଅବସ୍ୟ ସେ ପୂରଣ କରିବେ ।