କନକ ବ୍ୟୁରୋ : ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ହରିଆଣା ବିଜେପି ଭିତରେ ବିଦ୍ରୋହ ସେତେ ତୀବ୍ର ହେବାରେ ଲାଗିଛି । ଏପର୍ଯ୍ୟନ୍ତ ପୂର୍ବତନମନ୍ତ୍ରୀ ଓ ବିଧାୟକ ସମେତ୮ ଜଣ ବରିଷ୍ଠ ନେତା ଦଳରୁ ଇସ୍ତଫା ଦେଇସାରିଲେଣି । ଏହାସହ ଅନ୍ୟ କିଛି ନେତା ବିଜେପି ଛାଡୁଥିବା ନେଇ ଘୋଷଣା କରିବା ପୂର୍ବରୁ ସମର୍ଥର୍କଙ୍କ ସହ ବୈଠକ କରୁଛନ୍ତି । ବିଜେପି ଛାଡିଥିବା ପୂର୍ବତନ ମନ୍ତ୍ରୀ  ବଚ୍ଚନ ସିଂ ଓ କୈଲାଶଚନ୍ଦ୍ର ପାଲୀ ସ୍ୱାଧୀନଭାବେ ନାମାଙ୍କନ ଭରିସାରିଛନ୍ତି ।

Advertisment

ସେପଟେ  ଟିକେଟ ଘୋଷଣା ପରେ କଂଗ୍ରେସ ମଧ୍ୟରେ ମଧ୍ୟ ବିଦ୍ରୋହ ଦେଖିବାକୁ ମିଳିଛି । ୧୨ ଜଣ ଟିକେଟ ଆଶାୟୀ ଖୋଲା ଖୋଲି ଭାବେ କଂଗ୍ରେସ ବିରୋଧରେ ସ୍ୱରଉର୍ତ୍ତୋଳନ କରିଛନ୍ତି ।