କନକବ୍ୟୁରୋ : ହରିୟାଣାର ବରିଷ୍ଠ ଆଇପିଏସ୍‌ ଅଫିସର ୱାଇ. ପୂରନ କୁମାର ଆତ୍ମହତ୍ୟା ମାମଲା । ଜୋର୍ ଧରିଲା ହରିୟାଣା ଡିଜିପି ଶତ୍ରୁଜିତ୍‌ ସିଂ କପୁରଙ୍କୁ ବରଖାସ୍ତ ଦାବି । ଏଥିପାଇଁ ୪୮ ଘଣ୍ଟାର ମହଲତ୍‌ ଦେଇଛି ମହାପଞ୍ଚାୟତ । ଡିଜିପିଙ୍କୁ ନହଟାଇଲେ ବଡ଼ ନିଷ୍ପତ୍ତି ପାଇଁ ବାଧ୍ୟ ହେବୁ ବୋଲି ମହାପଞ୍ଚାୟତ କହିଛି । ସେପଟେ ପୂରନ କୁମାରଙ୍କ  ମୃତଦେହ ବ୍ୟବଚ୍ଛେଦ ପାଇଁ ରାଜି ହେଉନି ତାଙ୍କ ପରିବାର ।

Advertisment

ସରକାରୀ ଅଧିକାରୀମାନେ ପୂରଣନ ପତ୍ନୀଙ୍କୁ ଲଗାତାର ମନାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ତେବେ ସେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ।  ଗତ ମଙ୍ଗଳବାର ଆଇପିଏସ୍‌ ୱାଇ.ପୂରନ ସର୍ଭିସ ରିଭରଭଲରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲେ । ପରିବାରର ଅଭିଯୋଗ ଅନୁଯାୟୀ, ଡିଜିପିଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ପୂରନ ଆତ୍ମହତ୍ୟା କରିଛନ୍ତି । କୌଣସି ସିନିଅର୍‌ ଅଧିକାରୀଙ୍କୁ ଛଡ଼ାଯିବ ନାହିଁ ।

ଦୋଷୀକୁ କଠୋର ଦଣ୍ତ ଦିଆଯିବ ବୋଲି ସରକାରଙ୍କ ତରଫରୁ ସଫେଇ ଦିଆଯାଇଛି । ତେବେ ଏହା ପୂର୍ବରୁ ବ୍ୟବଚ୍ଛେଦ ପାଇଁ ପରିବାରର ସହମତି ମାଗିଛନ୍ତି ହରିୟାଣା ସରକାର । ସେପଟେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଡିଜିପିଙ୍କୁ ହଟା ନଗଲେ ଆଗାମୀ ଦିନରେ ପୂରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଧମକ ଦେଇଛି ମହାପଞ୍ଚାୟତ ।