ପାଣିରେ ଭାସୁଛି ଅମଳ ଧାନ ।  ଏକର ଏକର ଚାଷ ଜମିରେ ଜମିଛି ପାଣି

ପାଣିରୁ ଛାଣି ଶୁଖାଇବା ବେଳେ କେଣ୍ଡାରୁ ଖସି ଯାଉଛି ଧାନ । ଅଦିନିଆ ବର୍ଷାରେ ଉଜୁଡି ଯାଇଛି ଅମଳ ଫସଲ ।

CROP WW

Photograph: (kanaknews)

କନକ ବ୍ୟୁରୋ: ଅଦିନିଆ ବର୍ଷା ଉଜାଡି ଦେଲା ବର୍ଷକ ଆହାର । ପାଣିରେ ଭାସୁଛି ଚାଷୀର ପରିଶ୍ରମ । ଅଦିନିଆ ବର୍ଷାରେ ବର୍ଷକର ଆହାର ଉଜୁଡିଯାଇଛି । ବର୍ଷଯାକ ପରିବାର ମୁହଁରେ ଆହାର କେଉଁଠୁ ଦେବ ସେ ନେଇ ଚିନ୍ତାରେ ପଡିଛି । ବାଲେଶ୍ୱର ସଦର ବ୍ଲକ ଅଞ୍ଚଳର ଚାଷୀ । ଜମିରୁ ପାଣି ଶୁଖୁ ନଥିବାରୁ ପାଚିଲା ଧାନ ଗଜା ହୋଇଗଲାଣି । ବାଲେଶ୍ୱର ସଦର ବ୍ଲକର ୫୦ ପ୍ରତିଶତ ଧାନ ଅମଳ ବାକି ରହିଛି । ଚାଷ ଜମିରେ ପାଣି ଭରି ରହିଥିବାରୁ କାଟି ପାରୁନି ଚାଷୀ । ଭଲ ଫସଲ ହୋଇଥିଲେ ମଧ୍ୟ ପାଣିରେ ବୁଡି ରହିଥିବା କାରଣରୁ ପାଣିରୁ ଛାଣି ଶୁଖାଇବାରୁ କେଣ୍ଡାରୁ ଖସି ଯାଉଛି ଧାନ । 

ଚାଷର କ୍ଷତି ପୁରଣ ସହିତ ଋଣ ଛାଡ କରିବା ପାଇଁ ନିବେଦନ କରିଛନ୍ତି ଚାଷୀ । ଚଳିତ ବର୍ଷ ଭଲ ଚାଷ ସହିତ ଭଲ ଅମଳ ଆଶା ରଖିଥିଲେ ବାଲେଶ୍ୱର ମହାପଦା ଚାଷୀ । ମାତ୍ର ଚାଷ ଆରମ୍ଭରୁ ବିଳମ୍ବିତ ବର୍ଷା ଏବଂ ଚାଷ ବେଉଷଣ ପରେ ପରେ ବୁଢାବଳଙ୍ଗ ନଦୀରୁ ବନ୍ୟା ଆସି ଚାଷ କ୍ଷତିଗ୍ରସ୍ତ କରିଥିଲା । ଏବେ ପୁଣି ଫସଲ ନଷ୍ଟ ଦେଖି ଚିନ୍ତାରେ ପଡିଛନ୍ତି ଚାଷୀ ମାନେ । ତେବେ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ କିଛି ସାହାଯ୍ୟପାର୍ଇ ମିଳିଛି ପ୍ରତିଶ୍ରୁତି  ।
ଚାଷୀର କ୍ଷତି ହୋଇଥିବା ବେଳେ ଏବେ କ୍ଷତି ପୂରଣ ଦାବି ସହ କିଛି ସାହାଯ୍ୟ ଆଶାରେ ଚାହିଁ ବସିଛନ୍ତି ଚାଷୀକୁଳ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe