କନକବ୍ୟୁରୋ : ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ୍ । ଝାରସୁଗୁଡ଼ା-ଗୌନ୍ଦିଆ ପାସେଞ୍ଜର ଦୁର୍ଘଟଣାରୁ ବର୍ତ୍ତିଯାଇଛି । ଟ୍ରେନଟି ଝାରସୁଗୁଡ଼ା ରେଳ ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ପଶିବା ବେଳକୁ ସଟ ସର୍କିଟ ଯୋଗୁ ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା । ତେବେ ଇଲେକ୍ଟ୍ରି ତାର ଯୋଗୁ ବିଭିନ୍ନ ସ୍ଥାନରେ ଚାର୍ଜ ହୋଇଯାଇଥିଲା ।
ବଗି ଗୁଡ଼ିକର ବୈଦ୍ୟୁତିକ ସରଞ୍ଜାମ ଗୁଡିକ ମଧ୍ୟ ଚାର୍ଜ ହୋଇଯାଇଥିବା ବେଳେ ଫୁଟିବାକୁ ଲାଗିଥିଲା । ପ୍ରବଳ ଶବ୍ଦରେ ଲୋକେ ଆତଙ୍କିତ ହୋଇ ଯାଇଥିବା ବେଳେ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି । ରେଳବାଇ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଂଚି ମରାମତି ଜାରି ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/31/hUprvOfaqUviEXEcH2s5.jpg)