କନକ ବ୍ୟୁରୋ: ହକି ଇଣ୍ଡିଆ ଲିଗର ପ୍ରଥମ ଦିନ ଅକ୍ସନର ଦାମୀ ଖେଳାଳି ପାଲଟିଲେ ହରମନପ୍ରୀତ୍  ସିଂହ । ୭ ବର୍ଷ ପରେ ହକି ଇଣ୍ଡିଆ ଲିଗ୍ ପୁଣି ଥରେ ଫେରିଛି। ଏଥିପାଇଁ ଖେଳାଳି ମାନଙ୍କ ନିଲାମି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଦିଲ୍ଲୀର ଏକ ଘରୋଇ ହୋଟେଲରେ ହକି ଇଣ୍ଡିଆ ଆୟୋଜନ କରିଥିଲା ଏହି ନିଲାମି ପ୍ରକ୍ରିୟା। ପ୍ରଥମ ଦିନର ଅକ୍ସନରେ ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ୍ ସିଂହ ସବୁଠାରୁ ଦାମୀ ଖେଳାଳି ଭାବରେ ବିକ୍ରି ହେଉଛନ୍ତି। 

Advertisment

 ହରମନପ୍ରିତଙ୍କୁ ୭୮ ଲକ୍ଷରେ କିଣିଛି ସୁର୍ମା ହକି କ୍ଳବ୍
 ପଞ୍ଜାବର ସୁର୍ମା ହକି କ୍ଳବ୍ ହରମନପ୍ରୀତଙ୍କୁ  ନିଜ ଦଳରେ ସାମିଲ କରିଛି
ପ୍ରଥମ ଦିନରେ ୮ଟି ଫ୍ରାଞ୍ଚାଇଜ ୧୬ କୋଟି ୮୮ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି
ଦ୍ଵିତୀୟ ସର୍ବାଧିକ ଖେଳାଳି ହୋଇଛନ୍ତି ଅଭିଷେକ
୭୨ ଲକ୍ଷ ଦେଇ ଶ୍ରଚି ରଥ ବେଙ୍ଗଲ ଟାଇଗର ଅଭିଷେକଙ୍କୁ କିଣିଛି
ତୃତୀୟ ସର୍ବାଧିକ ଖେଳାଳି ହୋଇଛନ୍ତି ହାର୍ଦ୍ଦିକ ସିଂହ
ହାର୍ଦ୍ଦିକଙ୍କୁ ୭୦ ଲକ୍ଷ ଦେଇ କିଣିଛି ୟୁପି ରୁଦ୍ରାସ 
ବିଦେଶୀ ଖେଳାଳି ଭାବରେ ଜର୍ମାନୀର ଗଞ୍ଜଲୋ ପିଲଟଙ୍କୁ ୬୮ ଲକ୍ଷରେ କିଣିଛି ହାଇଦ୍ରାବାଦ ତୁଫାନ
ଓଡ଼ିଆ ପୁଅ ଅମିତରୋହି ଦାସଙ୍କୁ ୪୮ ଲକ୍ଷରେ କିଣିଛି ତାମିଲନାଡୁ ଡ୍ରାଗନସ