ଏହି ଦିନରୁ ଆରମ୍ଭ ହେବ ଅର୍ଦ୍ଧକୁମ୍ଭ : ଅଖିଳ ଭାରତୀୟ ଆଖଡ଼ା ପରିଷଦ ପକ୍ଷରୁ ତାରିଖରେ ବାଜିଲା ମୋହର

Advertisment

ଅଖିଳ ଭାରତୀୟ ଆଖଡ଼ା ପରିଷଦ ପୁଷ୍କର ଧାମୀ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରି ନିଜର ମୋହର ଲଗାଇଛନ୍ତି ଏବଂ ଏହା ସହିତ ଶାହୀ ସ୍ନାନର ତାରିଖ ମଧ୍ୟ ସ୍ଥିର କରିଛନ୍ତି ।

ଅଖିଳ ଭାରତୀୟ ଆଖଡ଼ା ପରିଷଦ ପୁଷ୍କର ଧାମୀ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରି ନିଜର ମୋହର ଲଗାଇଛନ୍ତି ଏବଂ ଏହା ସହିତ ଶାହୀ ସ୍ନାନର ତାରିଖ ମଧ୍ୟ ସ୍ଥିର କରିଛନ୍ତି ।

ardhakumbha

ardhakumbha Photograph: (Google)

କନକ ବ୍ୟୁରୋ : ଉତ୍ତରାଖଣ୍ଡର ହରିଦ୍ୱାରରେ ୨୦୨୭ ମସିହାରେ ଅନୁଷ୍ଠିତ ହେବାକୁ ଥିବା ଅର୍ଦ୍ଧକୁମ୍ଭର ତାରିଖ ଘୋଷଣା କରାଯାଇଛି । ଅଖିଳ ଭାରତୀୟ ଆଖଡ଼ା ପରିଷଦ ପୁଷ୍କର ଧାମୀ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରି ନିଜର ମୋହର ଲଗାଇଛନ୍ତି ଏବଂ ଏହା ସହିତ ଶାହୀ ସ୍ନାନର ତାରିଖ ମଧ୍ୟ ସ୍ଥିର କରିଛନ୍ତି । ତେବେ ଉତ୍ତରାଖଣ୍ଡ ସରକାର ଆନୁଷ୍ଠାନିକ ଭାବେ କିଛି ସମୟ ପରେ ତାରିଖ ଘୋଷଣା କରିବେ ଏବଂ ତା’ପରେ ନିଜ ତରଫରୁ ଅର୍ଦ୍ଧକୁମ୍ଭର ପ୍ରସ୍ତୁତି ଆରମ୍ଭ କରିବେ କିନ୍ତୁ ଆଖଡ଼ା ପରିଷଦ ପ୍ରସ୍ତୁତି ଆରମ୍ଭ କରିସାରିଛି ।

ସୂଚନାଯୋଗ୍ୟ ଯେ ଏଥର ହରିଦ୍ୱାରରେ ଅନୁଷ୍ଠିତ ହେବାକୁ ଥିବା ଅର୍ଦ୍ଧକୁମ୍ଭ ୨୦୨୭ରେ ହେବ । ଏକ ପୁରୁଣା ପରମ୍ପରାରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଏଥର ସାଧୁ-ସନ୍ନ୍ୟାସୀ, ବୈରାଗୀ ଏବଂ ଆଖଡ଼ାମାନଙ୍କ ସହିତ ୩ଟି ଶାହୀ ସ୍ନାନ ହେବ । ପ୍ରଥମ ଶାହୀ ସ୍ନାନ ୬ ମାର୍ଚ୍ଚ ୨୦୨୭ରେ ମହାଶିବରାତ୍ରୀ ପର୍ବରେ ହେବ । ଦ୍ୱିତୀୟ ଶାହୀ ସ୍ନାନ ୮ ମାର୍ଚ୍ଚ ୨୦୨୭ରେ ସୋମବତୀ ଅମାବାସ୍ୟା ଦିନ ହେବ । ତୃତୀୟ ଶାହୀ ସ୍ନାନ ୧୪ ଏପ୍ରିଲ ୨୦୨୭ରେ ବୈଶାଖୀରେ ହେବ । ବୈଶାଖୀ ଦିନ ମେଷ ସଂକ୍ରାନ୍ତି ହେବ ଏବଂ ଏହି ଦିନ ହେବାକୁ ଥିବା ସବୁଠାରୁ ପବିତ୍ର ଏବଂ ଅମୃତ ସ୍ନାନ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe